ଶୟନ କକ୍ଷରେ କେଉଁ ସବୁ ଜିନିଷ ରଖିବା ଉଚିତ୍ ନୁହେଁ

ବାସ୍ତୁଶାସ୍ତ୍ର ଅନୁସାରେ ଦାମ୍ପତ୍ୟ ଜୀବନରେ ଦେଖା ଯାଉଥିବା ଝଡ଼ର କାରଣ ଶୋଇବା ଘର ବି ହୋଇପାରେ। ଏଥିରେ କିଛି ବାସ୍ତୁ ଦୋଷ ଥିଲେ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦିଏ। ସେହିପରି କିଛି ଜିନିଷ ଅଛି, ଯେଉଁଗୁଡ଼ିକୁ ଶୟନ କକ୍ଷରେ ଆଦୌ ରଖିବା ଉଚିତ୍ ନୁହେଁ।  ଏହାଦ୍ୱାରା ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

୧. ଆକ୍ୱାରିୟମ୍‌କୁ ଶୋଇବା ଘରେ ରଖିଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ବି ପଡ଼ିଥାଏ। ତେଣୁ ଏହାକୁ ସର୍ବଦା ଘରର ପ୍ରବେଶ ଦ୍ୱାରର ବାମପଟେ ରଖନ୍ତୁ। ତା’ହେଲେ ଭଲ ଫଳ ପ୍ରଦାନ କରିବ।

୨. ଘର ଭିତରେ ବା ବାହାରେ ଭୁଲ୍‌ ସ୍ଥାନରେ ଗଛ ଲଗାଇଲେ ଖରାପ ପ୍ରଭାବ ପଡ଼ିଥାଏ। ଶୋଇବା ଘରେ କେବେ ବି କୌଣସି ଗଛ ରଖନ୍ତୁ ନାହିଁ। ନହେଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ିବ।

୩. ମୃତ ବ୍ୟକ୍ତିଙ୍କର ଫଟୋ ଶୋଇବା ଘରେ ଲଗାନ୍ତୁ ନାହିଁ।

୪. ପ୍ରଭୁ ହନୁମାନ ବାଳ ବ୍ରହ୍ମଚାରୀ ହୋଇଥିବାରୁ ତାଙ୍କ ଫଟୋକୁ କେବେ ଶୋଇବା ଘରେ ବା ଶୟନ କକ୍ଷରେ ଲଗାନ୍ତୁ ନାହିଁ।

Comments (0)
Add Comment