ଦାଦିଙ୍କୁ ହେଲା ପ୍ରେମ ଜ୍ବର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : କୁହାଯାଏ ପ୍ରେମ ଅନ୍ଧ ଏବଂ ଶାଶ୍ବତ। ପ୍ରେମ ପାଇଁ କୌଣସି ବୟସ କିମ୍ବା ସୀମା ସରହଦ ନଥାଏ। ପ୍ରେମୀ ଯୁଗଳଙ୍କୁ କୌଣସି ଜାତି କିମ୍ବା ଧର୍ମ ବାନ୍ଧି ରଖି ପାରେନାହିଁ। ଏମିତି ଅନେକ ଉଦାହରଣ ଦେଖିବାକୁ ମିଳେ । କୁନି ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଯାଏ, ସମସ୍ତଙ୍କର ଭଲପାଇବା କିଛି ନା କିଛି ନିଆରା ଅଲଗା ଥାଏ। ପ୍ରେମୀ ଯୁଗଳଙ୍କୁ କୌଣସି ଜାତି କିମ୍ବା ଧର୍ମ ବାନ୍ଧି ରଖି ପାରେନାହିଁ। ଏମିତି ଅନେକ ଉଦାହରଣ ଦେଖିବାକୁ ମିଳେ । ଯେଉଁଠି ଯୁବପିଢି ହେଉ ଅବା ଟିନିଏଜର କପଲଙ୍କ ମଧ୍ୟରେ ଏପରି ଭଲପାଇବା ଦେଖିବାକୁ ମିଳିଥାଏ। କିଛି ଲୋକ ନିଜ ପ୍ରେମର ନିବେଦନ କରିଦିଅନ୍ତି ଆଉ କିଛି ଲୋକ ନିଜ ପ୍ରେମର ନିବେଦନ କରିପାରନ୍ତି ନାହିଁ। ଆଜିକାଲି ସୋସିଆଲ ମିଡିଆରେ ସମସ୍ତ ପ୍ରେମୀ ଯୁଗଳଙ୍କୁ କିଛି ନା କିଛି ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ୍ କରୁଛନ୍ତି । ହେଲେ ବର୍ତ୍ତମାନ ଯୁବପିଢିକୁ ମାତ୍ ଦେଇଛି ଏକ ଭିଡିଓ । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି ।, ଯାହା ଲୋକଙ୍କର ହୃଦୟକୁ ଜିଣି ନେଇଛି। ତେବେ ଏହି ଭିଡିଓରେ ଜଣେ ବୟସ୍କ ଦମ୍ପତିଙ୍କ ପ୍ରେମ୍ ଦେଖି ମନ କିଣି ନଉଛି । ଯାହାକୁ ଦେଖିଲା ପରେ ସମସ୍ତେ କହିବେ ୱାଃ.. । ତେବେ ଏହି ବୟସ୍କ ଦମ୍ପତ୍ତି ଦୁହେଁ ଏକାଠି ତଳେ ବସିଛନ୍ତି। ଏହାରି ଭିତରେ ଜେଜେ ମା’ ହଠାତ୍ ଜେଜେଙ୍କ ଗାଲକୁ କିସ୍ କରି ପକାଉଛନ୍ତି। ଏହା ପରେ ଜେଜେ ଲାଜେଇକି ନିଜ ମୁହଁକୁ ତଳକୁ କରିନେଇଛନ୍ତି। ଅନ୍ୟପକ୍ଷରେ ଜେଜେ ମା’ ମଧ୍ୟ ନିଜ ହସଭରା ମୁହଁକୁ ଅନ୍ୟ ଆଡ଼କୁ କରି ନେଉଛନ୍ତି। ମାତ୍ର କିଛି  ସେକେଣ୍ଡ ମଧ୍ୟରେ ଏହି ଭିଡିଓ ସୋଶାଲ ମିଡିଆରେ ଲୋକଙ୍କ ହୃଦୟ ଜିଣି ନେଇଛି। ହଜାର ହଜାର ଲୋକେ ଜେଜେମା’ ଓ ଜେଜେଙ୍କର ଏହି କ୍ଲିପ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଏହାକୁ ନେଇ କିଛି ୟୁଜର୍ସ ଉଲ୍ଲେଖ କରିଛନ୍ତି , ପ୍ରକୃତ ଭଲପାଇବାରେ କୌଣସି ବୟସ ନଥାଏ। ଆଉ ଜଣେ କହିଛନ୍ତି, ଏହାକୁ ହିଁ ପ୍ରକୃତ ଭଲପାଇବା କୁହନ୍ତି।

Comments (0)
Add Comment