ଆସିଆନ୍ ସମ୍ମିଳନୀରେ ବିଶ୍ବ ପାଇଁ ବଡ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ୧୭/୧୧ : ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁନିଆ ଏବେ ବହୁ ସଙ୍କଟ ଦେଇ ଗତି କରୁଛି । ଏବେ ବିଶ୍ଵକୁ ଶାନ୍ତି ଏବଂ ସ୍ଥିରତାର ଆବଶ୍ୟକତା ରହିଛି । ଆମ ପାଖରେ ସାମର୍ଥ୍ୟ ଏବଂ ସଂକଳ୍ପ ଅଛି । ଯାହାଦ୍ଵାରା ଆମେ ଆପୋସ ସହଭାଗୀତାକୁ ନୂତନ ଦିଗ ଦେଇପାରିବା । ଭାରତର ବିକାଶ ଏବଂ ଆସିଆନର ସମୃଦ୍ଧି ଗଭୀର ଭାବରେ ଜଡ଼ିତ । ଆଗାମୀ ବର୍ଷଗୁଡ଼ିକରେ, ଆସିଆନ କମ୍ୟୁନିଟି ଭିଜନ ୨୦୪୫ ଏବଂ ବିକଶିତ ଭାରତ ୨୦୪୭ ଆମର ଆକାଂକ୍ଷା ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ୧୨ ବର୍ଷ ମଧ୍ୟରେ ଆମେ ଆମର ସହଭାଗୀତାକୁ ନୂତନ ଗତି ଦେଇଛୁ । ଏବେ ଏକାଠି ହୋଇ ଆମକୁ ଭବିଷ୍ୟତ ପାଇଁ ଏକ ନୂତନ ମାର୍ଗ ପ୍ରସ୍ତୁତ କରିବାକୁ ପଡିବ । ASEANର ଏକତା ଏବଂ ଏହି ସହଭାଗୀତାରେ ଏହାର କେନ୍ଦ୍ରୀୟ ଭୂମିକା ପ୍ରତି ଭାରତର ପ୍ରତିବଦ୍ଧତା ଅଟଳ ରହିବ । ଆଜିର ବୈଠକ ଆମର ବ୍ୟାପକ ରଣନୈତିକ ସହଭାଗୀତାକୁ ନୂତନ ଉଚ୍ଚତାରେ ପହଞ୍ଚାଇବ ଏବଂ ଏକ ସୁରକ୍ଷିତ, ଅନ୍ତର୍ଭୁକ୍ତ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ନିର୍ମାଣରେ ଯୋଗଦାନ ଦେବ ବୋଲି ମୋର ବିଶ୍ଵାସ ।

Comments (0)
Add Comment