ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଆଙ୍କ ଦେହାନ୍ତ

ନୂଆଦିଲ୍ଲୀ- ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାତା ସାବିତ୍ରୀ ଦେବୀଙ୍କ ଆଜି 89 ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଶୁକ୍ରବାର ସକାଳ 11ଟାରେ ପାଉରି ଗଡ଼ୱାଲ ଜିଲ୍ଲାର ଯମକେଶ୍ୱର ବ୍ଲକରେ ଅବସ୍ଥିତ ତାଙ୍କ ପୈତୃକ ଗ୍ରାମ ପଞ୍ଚୁରରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଦେହାନ୍ତ ଖବର ପରିବାର, ସମ୍ପର୍କୀୟ ଏବଂ ଶୁଭେଚ୍ଛୁମାନଙ୍କୁ ମର୍ମାହତ କରିଛି। ରିପୋର୍ଟ ଅନୁସାରେ, ତାଙ୍କର ଶେଷକୃତ୍ୟ ଆସନ୍ତାକାଲି ଶନିବାର ହରିଦ୍ୱାରରେ କରାଯିବ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶେଷ ଥର ପାଇଁ ଚଳିତ ବର୍ଷ ମେ ମାସରେ ତାଙ୍କ ମାତାଙ୍କୁ ଭେଟିଥିଲେ। ସେ ତାଙ୍କର ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତ ସମୟରେ 7 ମେରେ ତାଙ୍କ ପୈତୃକ ଗ୍ରାମ ପଞ୍ଚୁର ଯାଇଥିଲେ। ଏହି ସମୟ ମଧ୍ୟରେ, ସେ ଗାଁରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ପରିବାର ସଦସ୍ୟଙ୍କ ସହିତ ସାକ୍ଷାତ କରିଥିଲେ। ୮ ମଇର କାର୍ଯ୍ୟକ୍ରମ ପରେ, ସେ ତାଙ୍କ ପୈତୃକ ଘରକୁ ଯାଇ ମାତା ସାବିତ୍ରୀ ଦେବୀଙ୍କ ଆଶୀର୍ବାଦ ଲୋଡ଼ିଥିଲେ।

Comments (0)
Add Comment