ପତ୍ନୀଙ୍କଠାରୁ ଅଲଗା ହେବେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୦/୧୧: ସାଉଥ୍ ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୫୫ ବର୍ଷୀୟ ପୱନ୍ କଲ୍ୟାଣଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ପବନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଆନ୍ନା ଅଲଗା ହେବାକୁ ଯାଉଛନ୍ତି । ୨୦୧୩ରେ ଋଷୀ ମୂଳ ବାସିନ୍ଦା ଆନ୍ନା କୋନିଡେଲାଙ୍କୁ ବିବାହ କରିଥିଲେ । ଖବର ଆସୁଛି କି, ସେ ତାଙ୍କଠାରୁ ଅଲଗା ହେବ । ବିବାହର ୧୩ ବର୍ଷ ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଜନସେନା ପାର୍ଟିର ଅଫିସିଆଲ୍ ମିଡିଆ ଗ୍ରୁପରେ ଜାରି ହୋଇଥିବା ମିଳିତ ବିବୃତିରେ ଦୁହେଁ ପାରସ୍ପରିକ ସହମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି । ଏ ପର୍ଯ୍ୟନ୍ତ ପୱନ୍ କଲ୍ୟାଣଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ । ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହେଉଛି । ଯେଉଁଥିରେ ଦାବି କରାଯାଉଛି କି ,ପୱନ୍ କଲ୍ୟାଣଙ୍କର ତୃତୀୟ ବିବାହ ବି ଭାଙ୍ଗିବାକୁ ଯାଉଛି । ଏହି ପୋଷ୍ଟକୁ ନେଇ ଆମେ ଅଭିନେତାଙ୍କ ବିବାହ ସମ୍ପର୍କ ଭାଙ୍ଗିବାକୁ ନିଶ୍ଚିତ କରୁନାହୁଁ । ଏହା କେବଳ ଏକ ପୋଷ୍ଟରେ ଦାବି କରାଯାଉଛି ।

Comments (0)
Add Comment