ନୂଆଦିଲ୍ଲୀ: ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକସିନକୁ ଅନୁମତି ମିଳିଛି । ବୁଷ୍ଟର ଡୋଜ ଭାବେ ନେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଆଜିଠାରୁ କୋୱିନ ଆପରେ ଏହା ଉପଲବ୍ଧ ହେବା ନେଇ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଏହା ଘରୋଇ ହସ୍ପିଟାଲରେ ମିଳିବ ବୋଲି ଜଣାଯାଇଛି ।