ବିଜେଡି ପକ୍ଷରୁ ପ୍ରତିବଦ୍ଧତାର ଇସ୍ତାହାର ପ୍ରକାଶିତ

ଆଠ ପୃଷ୍ଠାର ଏହି ରଙ୍ଗୀନ ଇସ୍ତାହାରରେ ବିଧାୟକ ପ୍ରାର୍ଥୀ ଶ୍ରେଷ୍ଠ ସମ୍ବଲପୁର ଗଢିବାର ଦୃଢ଼ ସଙ୍କଳ୍ପ ଦୋହରାଇଛନ୍ତି

ସମ୍ବଲପୁର, ଵିଜୁ ଜନତା ଦଳର ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ରୂପେ ଡା: ରାସେଶ୍ୱରୀ ପାଣିଗ୍ରାହୀ ଏଥର ଆଉଥରେ ନିର୍ବାଚିତ ହେବା ସକାଶେ ମଇଦାନ ରେ ଅବତୀର୍ଣ୍ଣ ହୋଇଛନ୍ତି । ସେ ଆଜି ତାଙ୍କର ସ୍ଥାନୀୟ ଶାନ୍ତିନଗର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର “ପ୍ରତିବଦ୍ଧତାର ଇସ୍ତାହାର” ର ଉନ୍ମୋଚନ କଲେ, ଯେଉଁଥିରେ ସେ ଶ୍ରେଷ୍ଠ ସମ୍ବଲପୁର ଗଢିବାର ଦୃଢ ସଙ୍କଳ୍ପ ଦୋହରାଇଛନ୍ତି ।

ଏହି ଅବସରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ କହିଲେ ସକାରାତ୍ମକ ସମାଲୋଚନା କୁ ସେ ସ୍ୱାଗତ କରନ୍ତି କିନ୍ତୁ ସମାଲୋଚନା ନାମରେ ଭିତ୍ତିହୀନ ଅଭିଯୋଗ କଦାପି ଗ୍ରହଣ କରନ୍ତି ନାହିଁ । ଏହି ଇସ୍ତାହାର ଜରିଆରେ ସେ କହିଛନ୍ତି ବିଗତ ପାଞ୍ଚ ବର୍ଷର କାର୍ଯ୍ୟକାଳରେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଅନେକ କିଛି କରିଛନ୍ତି କିନ୍ତୁ ଅନେକ କିଛି କାମ ଅସମ୍ପୂର୍ଣ୍ଣ ରହି ଯାଇଛି, ଯାହାକି ସେ ଏଥର ନିର୍ବାଚିତ ହେଲେ ପୁରା କରିବାକୁ ଚାହୁଁଛନ୍ତି ।

ସମ୍ବଲପୁର ନଗର ନିଗମର ସର୍ବମୋଟ ୪୧ଟି ଓ୍ଵାର୍ଡ ମଧ୍ୟରୁ ୩୬ଟି ଓ୍ଵାର୍ଡ ତାଙ୍କର ନିର୍ବାଚନ ମଣ୍ଡଳୀ ରେ ଅଛି । ଏଣୁ ସେ ସଜହି ସମସ୍ତ ୩୬ଟି ଓ୍ଵାର୍ଡ ବୁଲି ସେଗୁଡିକର ସମସ୍ୟା ଚିହ୍ନଟ କରିବା ସହିତ ସେମାନଙ୍କର ସମାଧାନ ପାଇଁ ତାଙ୍କର ଏହି ଆଠ ପୃଷ୍ଠାରେ ସଙ୍କଳିତ ଇସ୍ତାହାରରେ ଚିନ୍ତା କରିଛନ୍ତି ।

ଏଗୁଡିକର କିଛି ମୁଖ୍ୟ ବିନ୍ଦୁ ଉପରେ ଚର୍ଚ୍ଚାକରି ସେ କହିଲେ ବୁର୍ଲା ଓ ହୀରାକୁଦ ସହରବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ସମ୍ବଲପୁର ଠାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ, ପ୍ରତ୍ଯେକ ଘରକୁ ୨୪ଘଣ୍ଟା ପିଇବା ପାଣି ଯୋଗାଣ, ସ୍ଥାନୀୟ ମହିଳା ମହାବିଦ୍ୟାଳୟ କୁ ଏକ ବିଶ୍ବବିଦ୍ୟାଳୟ ରୂପେ ଗଢିବା, ଜମାଦାରପାଲି ଏୟାରଷ୍ଟ୍ରିପ ରୁ ଅନ୍ୟ ମୁଖ୍ୟ ସହରମାନଙ୍କୁ ବିମାନ ଚଳାଚଳ, ସହର ଉପକଣ୍ଠରେ ଆଉଟର ରିଙ୍ଗରୋଡ ନିର୍ମାଣ ତଥା ସହର ମଧ୍ୟରେ ନିର୍ମାଣାଧୀନ ଫ୍ଲାଇଓଭର ଓ ସ୍ବେରେଜ ବ୍ଯବସ୍ଥା କୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରାଯିବ ।

Comments (0)
Add Comment