ବ୍ରଜରାଜନଗର ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଗୁରୁବାର ଜାରି କରିଛି । ଏଥିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ. ସିଂହଦେଓ, କହ୍ନେୟା କୁମାର, ଜିଗ୍ନେଶ ମେୱାନୀ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ. ଚେଲ୍ଲାକୁମାର, ଜି. ରୁଦ୍ର ରାଜୁ, ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଡ. ସି.ଏସ୍‌. ରାଜନ ଏକ୍କା, ସୁରେଶ ରାଉତରାୟ, ଶରତ ପଟ୍ଟନାୟକ, ଯଜେ୍ଞଶ୍ୱର ବାବୁ, ଜୟଦେବ ଜେନା, ଭକ୍ତ ଚରଣ ଦାସ, ଉମେଶ ପଟେଲ, ସପ୍ତଗିରି ଉଲାକା, ମହମ୍ମଦ ମୋକିମ, ପ୍ରକାଶ ନାଏକ, ଜଗନ୍ନାଥ ପଟ୍ଟନାୟକ, ଅମରଜିତ ଭଗତ, ରାଜକିଶୋର ଷଡ଼ଙ୍ଗୀ, କବାସି ଲକ୍ଷ୍ମା, ମୋହନ ମାର୍କନ, ଚିରଞ୍ଜୀବୀ ବିଶ୍ୱାଳ, ଶରତ ରାଉତ, ଡ. ରାଗିଣୀ ନାଏକ, ଗଣେଶ୍ୱର ବେହେରା, ପଂଚାନନ କାନୁନଗୋ, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡ଼ା, ଡ. ହମିଦ ଅନସାରି, ଡ. ସ୍ମୃତି ରଂଜନ ଲେଙ୍କା, ସୟଦ ୱାସିର ନୱାଜ, ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଡ. ରାମଚନ୍ଦ୍ର ଖୁଂଟିଆ, ଡ. ଦେବାଶିଷ ପଟ୍ଟନାୟକଙ୍କ ନାମ ଥିବା ଜଣାଯାଇଛି ।
ଉଲ୍ଲେଖନୀୟ ଯେ ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ । ଏଥିପୂର୍ବରୁ ଗତକାଲି ରାଜ୍ୟର ୩ଟି ପ୍ରମୁଖ ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ନିଜନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Comments (0)
Add Comment