ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ଭୁବନେଶ୍ୱର: ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପିରେ ସାମିଲ ହେଲେ ସଂଜୀବ ସାହୁ । ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ । ନିକଟରେ ବିଜେଡି ଛାଡ଼ିଥିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ।ବିଜେଡି ଟିକେଟରୁ ୪ ଥର ବିଧାୟକ ତଥା ଥରେ ମନ୍ତ୍ରୀ ଥିବା ସଞ୍ଜୀବ ସାହୁ ଗତ ୩ ତାରିଖରେ ବିଜେଡି ଛାଡ଼ିଥିଲେ। ବିଜେଡି ଛାଡ଼ିବା ପଛରେ ବ୍ୟକ୍ତିଗତ କାରଣ ଥିବା ଦର୍ଶାଇ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଥିଲେ। ଏହାପରେ ସେ ବିଜେପିରେ ଯୋଗ ଦେବା ନେଇ ଆକଳନ ସୃଷ୍ଟି ହୋଇଥିଲା।

Comments (0)
Add Comment