ବଡ଼ ଦିନ ପର୍ବ ଶାନ୍ତିଶୃଙ୍ଖଳା ସହ ପାଳିବା ପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଘୁ ଉଦୟଗିରି: ବଡ଼ ଦିନ ପର୍ବ ପାଳନ ପାଇଁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଶେଷ ପର୍ଯ୍ୟାୟରେ ପହଂଚି ଯାଇଛି । ଯେମିତି ସ୍ଥାନୀୟ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ବଡ଼ ଦିନ ପର୍ବ ପାଳିତ ହେବ, ସେଥି ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଜି ସ୍ଥାନୀୟ ଆଇଆଇସି ଅଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ବାହିନୀ ସହରର ଏବଂ ଗ୍ରାମାଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଥିବା ଦେଖୁବାକୁ ମିଳିଛିା ପ୍ରତ୍ୟକ ବର୍ଷ ସ୍ଥାନୀୟ ଅଞ୍ଚଳରେ ବହୁ ଆଡମ୍ବର ସହକାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ ଡିସେମ୍ବର ୨୫କୁ ଧୁମଧାମରେ ଖ୍ରୀଷ୍ଟ ଧର୍ମାଲମ୍ବୀମାନେ ପାଳନ କରିଥାନ୍ତି । କରୋନା କଟକଣା ଯୋଗୁଁ ବିଗତ ଦୁଇ ବର୍ଷ ବଡଦିନ ପର୍ବ ଫିକା ପଡିଥିବା ବେଳେ ଚଳିତ ବର୍ଷ ଖୁବ ଧୁମଧାମରେ ଆନନ୍ଦ ଉଲ୍ଲାସର ସହ ଏହି ପର୍ବ ପାଳିତ ହେଉଛି । ସ୍ଥାନୀୟ ଥାନା ଅଞ୍ଚଳରେ ମୋଟ ୫୫ଗୋଟି ବିଭିନ୍ନ ଚର୍ଚ୍ଚ ଏବଂ ପ୍ରାର୍ଥନା ଗୃହରେ ଏହି ବଡଦିନ ପର୍ବ ପାଳନ ହେଉଛି । ସମୂହ ପ୍ରାର୍ଥନା, ବାଇବେଲ ପଠନ ସହ ଉତ୍ସବ ଅନୁଷ୍ଠିତ ହେବ । ଚଳିତ ବର୍ଷ ସମସ୍ତ ଚର୍ଚ୍ଚ ମାନଙ୍କରେ ପୋଲିସ ମୁତୟନ ସହ ମୋବାଇଲ ପୋଲିସ ଟିମ ଜଣେ ଅଫିସରଙ୍କ ତତ୍ୱାବଧାନରେ ବୁଲିବ ।

Comments (0)
Add Comment