ଚର୍ଚ୍ଚାରେ ଟିଟିଲାଗଡର ସୁଚିସ୍ମିତା ଷଡ଼ଙ୍ଗୀ

ବଲାଙ୍ଗୀର: କୁହାଯାଏ, ମନୁଷ୍ୟ ହେଉଛି ପ୍ରକୃତିର ଅନବଦ୍ୟ ସୃଷ୍ଟି । ମନୁଷ୍ୟର ପ୍ରତ୍ୟେକ ଅଙ୍ଗ ମଧ୍ୟ ଏକ ପ୍ରାକୃତିକ ଉପହାର । ଆଉ ସେହି ପ୍ରକୃତି ଦତ୍ତ ଶରୀରକୁ ନିରୋଗ ରଖୁବା ଓ ଯନ୍ତ୍ରରେ ରଖୁବା ପାଇଁ ମଣିଷ ଜୀବନ ତମାମ୍‌ ଚେଷ୍ଟା କରେ । କିନ୍ତୁ ନିଜ ଜୀବନକୁ ଅତ୍ୟନ୍ତ ଭଲପାଇବା ଭିତରେ ମଣିଷଟି କେବେବି ଚିନ୍ତା କରେନି ଯେ, ମୃତ୍ୟୁ ପରେ ତା’ର ଏ ଜୀବନ ଓ ଶରୀର କ’ଣ ହେବ ।
ମୃତ୍ୟୁ ପରେ ଯଦି ସେ ଅନ୍ୟର ଜୀବନ ବଂଚାଇବାର କାରଣ ହୋଇପାରୁଛି ଆଉ କିଛି ଲୋକଙ୍କ ମୁହଁରେ ହସଟିଏ ଫୁଟାଇ ପାରିଲା ତା’ହେଲେ କୁହନ୍ତୁ ତ ସେହି ମଣିଷର ଜୀବନ ସାର୍ଥକ ହେଉଛି ନା ନାହିଁ । ମୃତ୍ୟୁ ପରେ ଅନ୍ୟର ଜୀବନ ବଂଚାଇବା ଅର୍ଥ ମୃତ୍ୟୁ ପରେ ନିଜର ଶରୀର ବା ଅଙ୍ଗଦାନ କରିବା । ଆମ ଦେଶରେ ସଚେତନତାର ଅଭାବ ଓ ଅନ୍ଧବିଶ୍ୱାସ ଯୋଗୁ ଅଙ୍ଗଦାନ ପ୍ରତି ଭାରତରେ ସେଭଳି ଆଖୁଦୃଶିଆ ଅଙ୍ଗୀକାର ବଦ୍ଧତା ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିପାରିନି । ହେଲେ ବର୍ତ୍ତମାନ ଯୁବପିଢି ଅଙ୍ଗଦାନକୁ ନେଇ ସଚେତନ ହେଲେ ଟିଟିଲାଗଡ ହାଟପଦା ପଡାର ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ, ସୁଜାତା ଷଡ଼ଙ୍ଗୀଙ୍କ ଝିଅ
ସୁଚିସ୍ମିତା ଷଡ଼ଙ୍ଗୀ(ସୁଇଟି) ନିଜ ଜନ୍ମ ଦିନ ନିଆରେ ଢଙ୍ଗରେ ପାଳନ କରିଛନ୍ତି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜଙ୍କୁ ଯାଇ ଗତ ଅଗଷ୍ଟ ୨୭ତାରିଖ ନିଜ ଜନ୍ମରେ ଅଙ୍ଗଦାନ କରିବା ପାଇଁ ଘୋଷଣା କରିଛନ୍ତି । ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ବର୍ତ୍ତମାନ ସୁଚିସ୍ମିତାଙ୍କୁ ଦେଖି ଆହୁରୀ ଯୁବ ପିଢିଙ୍କ ମନରେ ଅଙ୍ଗଦାନ କରିବା ଆଗ୍ରହ ଦେଖିବାକୁ ମିଳୁଛି । ତାଙ୍କ ଏହି ପରି କାର୍ଯ୍ୟକୁ ନେଇ ସବୁଠି ପ୍ରଶଂସା କରାଯାଉଛି । ସୁଚିସ୍ମିତା ପେସାରେ ଜଣେ ରେଲୱେ କର୍ମଚାରୀ, ହେଲେ ନିଶା ତାଙ୍କର ନୃତ୍ୟ ପରିବେଷଣ କରିବା । ନିଜ କଳା ମାଧ୍ୟମରେ ଟିଟିଲାଗଡ଼ ମାଟି ପାଇଁ ଆଣି ଦେଇଛନ୍ତି ଗର୍ବ ଓ ଗୌରବ । ରାଜ୍ୟରେ ତଥା ରାଜ୍ୟ ବାହାରେ ନୃତ୍ୟ ପରିବେଷଣ କରି ସେ ବେଶ୍‌ ସୁନାମ ଅର୍ଜନ କରିଥିବା ବେଳେ ତାଙ୍କ କଳାକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳେ । ସୁଚିସ୍ମିତାଙ୍କ ପିଲା ବେଳୁ ନୃତ୍ୟ ପ୍ରତି ଆକର୍ଷଣ ରହିଥିଲା । ସ୍କୁଲରୁ ଆରମ୍ଭ କରି କଲେଜ ପଢ଼ା ପର୍ଯ୍ୟନ୍ତ ତାଙ୍କର ପ୍ରତିଭାକୁ ଦର୍ଶକଙ୍କ ଆଗରେ ପରିବେଷଣ କରି ଅନେକ ମାନପତ୍ର, ପୁରସ୍କାର ମଧ୍ୟ ସେ ପାଇଛନ୍ତି । ସୁଚିସ୍ମିତା ଗୀତ ଗାଇବା, ଝୋଟି ଆଙ୍କିବା, ନୃତ୍ୟ ପରିବେଷଣ କରିବା ଭଳି ଅନେକ ପ୍ରତିଭାର ଅଧିକାରିଣୀ । ତାଙ୍କ ଜେଜେମାଙ୍କ ଠାରୁ ପ୍ରେରଣା ପାଇବା ପରେ ଏତେ ଆଗକୁ ଆସି ପାରିଛନ୍ତି ବୋଲି ସେ କୁହନ୍ତି । ସବୁବେଳେ ସୁଚିସ୍ମିତା କହନ୍ତି, ମୁଁ ମୋ ଜେଜେ ମାଙ୍କ ହାତ ଧରି ଏତେ ବଡ଼ ସଫଳତା ହାସଲ କରି ପାରିଛି, ଏଣୁ ମୋ ଜେଜେମା’ ମୋ ପ୍ରଥମ ଗୁରୁ । ତାଙ୍କ ମା’ ଓ ବଡ଼ ଭଉଣୀଙ୍କ ସହଯୋଗ ମଧ୍ୟ ରହିଛି ଏହି ସଫଳତା ହାସଲ କରିବା ପଛରେ । ବର୍ତ୍ତମାନ ଛୋଟ ଛୋଟ ପିଲାଙ୍କୁ ନୃତ୍ୟ ଶିଖାଉଛନ୍ତି ସୁଚିସ୍ମିତା । ଟିଟିଲାଗଡ଼ରେ ଏବେ ସେ ରେଲୱେ କର୍ମଚାରୀ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ଟିଟିଲାଗଡ଼ ଘଣ୍ଟାସୁନି ସ୍କୁଲ, ମହେଶ୍ୱର ହିନ୍ଦୀ ହାଇସ୍କୁଲ ଓ ଟିଟିଲାଗଡ଼ ଡିଏଭି କଲେଜରେ ସେ ପାଠ ପଢିଛନ୍ତି । ଛୋଟ ବେଳେ ସ୍କୁଲ କଲେଜରେ ନୃତ୍ୟ ପରିବେଷଣ କରି ଆସୁଥିଲେ । ଧୀରେ ଧୀରେ ଖୁବ୍‌ ସଫଳତା ହାସଲ କଲେ । ସୁଚିସ୍ମିତା ରେଲୱେ କର୍ମଚାରୀ ଭାବରେ ନିଯୁକ୍ତି ପାଇବା ପରେ ରେଳ ବିଭାଗ ପକ୍ଷରୁ ତାଙ୍କୁ ବାହାର ରାଜ୍ୟରେ ନୃତ୍ୟ ପରିବେଷଣ କରିବା ପାଇଁ ମଧ୍ୟ ସେ ସୁଯୋଗ ପାଇଲେ ଓ ଉଚ୍ଚ଼ ପ୍ରଶଂସିତ ହେଲେ ।
ସୁଚିସ୍ମିତା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, କଲିକତା, ଆସାମ, ବିହାର, ରାଜସ୍ଥାନ, ଗୁଜୁରାଟ, ହରିୟାଣା ଭଳି ଅନେକ ରାଜ୍ୟରେ ପଶ୍ଚିମ ଓଡିଶାର ଲୋକ ନୃତ୍ୟ ପରିବେଷଣ କରି ପୁରସ୍କାର ହାସଲ କରି ଟିଟିଲାଗଡ଼ ମାଟିର ପାଇଁ ଗର୍ବ ଆଣିଛନ୍ତି । ତେବେ ଏଭଳି ଜଣେ ପ୍ରତିଭାଙ୍କୁ ଅଞ୍ଚଳରେ ପାଇଥିବା ଯୋଗୁଁ ଟିଟିଲାଗଡ଼ ମାଟି ଧନ୍ୟ ହୋଇଛି ବୋଲି ଲୋକେ କୁହନ୍ତି । ସୁଚିସ୍ମିତା ସମାଜସେବା କ୍ଷେତ୍ରରେ ବି ମଧ୍ୟ ପଶ୍ଚିମ ଓଡିଶାରର ବିଭିନ୍ନ ସାମାଜିକ ସଂଗଠନ ସହିତ ଯୋଡି ହୋଇ ଅସାହାୟ ଲୋକଙ୍କୁ ସହଯୋଗରେ ହାତ ବଢାଇ ଥାଆନ୍ତି ।

Comments (0)
Add Comment