ଆଜି ୱାର୍ଲଡ ହାର୍ଟ ଡେ’ ବା ବିଶ୍ୱ ହୃଦୟ ଦିବସ

ଆଜି ବିଶ୍ୱ ହୃଦୟ ଦିବସ । ସାରା ବିଶ୍ୱରେ ବର୍ଷକୁ ହାରାହାରି ୧ କୋଟି ୮୬ ଲକ୍ଷ ଜଣଙ୍କ ଜୀବନ ନେଉଛି। ତେଣୁ ସୁସ୍ଥ ହୃଦୟ ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୯ରେ ପାଳିିତ ହେଉଛି ବିଶ୍ୱ ହୃଦୟ ଦିବସ। କେବଳ ଜଣେ ୫୦ ବର୍ଷର ଲୋକଙ୍କ ପାଖରେ ଏହି ରୋଗ ହେଉଛି ତା ନୁହେଁ ବରଂ ୨୦ ବର୍ଷର ଯୁବକଙ୍କ ପାଖରେ ମଧ୍ୟ ଏହି ରୋଗ ଦେଖାଯାଉଛି । ଭାରତ ସମେତ ସାରା ବିଶ୍ୱରେ ହୃଦଘାତ ଯୋଗୁ ବୟସ ନିର୍ବିଶେଷରେ ବହୁ ଲୋକ ମୁର୍ତ୍ୟୁବରଣ କରୁଛନ୍ତି । କେବଳ ବୟସ୍କ ନୁହେଁ, ଯୁବକ ଅବସ୍ଥାରେ ବି ହୃଦଘାତ ହେଉଛି । ଧୁମପାନ, ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, ବାୟୁ ପ୍ରଦୂଷଣ ଆଦି ହୃଦ୍‌ଜନିତ ରୋଗର କାରଣ। ମୁଖ୍ୟତଃ ତୃଟିପୂର୍ଣ୍ଣ ଜୀବନଶୈଳୀ, ବ୍ୟାୟାମର ଅଭାବ, ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଯୁବକମାନେ ହୃଦରୋଗରେ ଶିକାର ହେଉଛନ୍ତି ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର । ଏବେ କୋଭିଡ୍‌ ସମୟରେ ପରିସ୍ଥିତି ଆହୁରି ଜଟିଳ ହୋଇ ପଡିଛି। ହୃଦ୍‌ରୋଗୀଙ୍କ ସଂଖ୍ୟା ବଢୁଛି। କୁହାଯାଉଛି କୋଭିଡ୍‌ ଯୋଗୁଁ ଲୋକଙ୍କ ଚଳପ୍ରଚଳ କମିଛି। ସକ୍ରିୟତା କମିବାରୁ ବଢୁଛି ହୃଦ୍‌ରୋଗ। ଏଥିଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି । ସବୁ ଡାକ୍ତରଖାନାରେ ଅଣକୋଭିଡ୍‌ ଚିକିତ୍ସା ବନ୍ଦ କିମ୍ବା ଲକ୍‌ଡାଉନ୍‌ ଯୋଗୁଁ ହୃଦରୋଗୀ ଭୟଭୀତ ହୋଇ ଡାକ୍ତରଖାନା ଯାଇପାରିଲେ ନାହିଁ । ଏହାଛଡ଼ା ବେଳେବେଳେ ରୋଗୀଙ୍କ ହୃଦ୍‌ରୋଗ ଅସ୍ତ୍ରୋପଚାର ବେଳେ କୋଭିଡ୍‌ ଚିହ୍ନଟ ଯୋଗୁଁ ଅସ୍ତ୍ରୋପଚାର ବିଳମ୍ବିତ ହୋଇଛି । ତୃତୀୟତଃ କୋଭିଡ୍‌ ଆକ୍ରାନ୍ତଙ୍କ ହୃଦ୍‌ରୋଗ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି । କୋଭିଡ୍‌ ସମୟରେ ସାମାଜିକ ଦୂରତ୍ବର ସ୍ଲୋଗାନ ଦିଆଯାଉଥିଲା। ମାତ୍ର ହୃଦ୍‌ରୋଗ ଦିବସରେ ବ୍ୟବସ୍ଥା ସହିତ ଯୋଡ଼ି ହେବାକୁ ଆହ୍ବାନ ଦିଆଯାଉଛି । ଏହାର କୌଣସି ସମାଧାନର ବାଟ ବାହାରିପାରିନଥିବା ବେଳେ ହୃଦ୍‌ରୋଗ ରୋଗୀ ସଚେତନ ହେବା ନିହାତି ଜରୁରୀ ହୋଇପଡିଛି । କେତେ ଜଣଙ୍କ କ୍ଷେତ୍ରରେ ହୃଦ୍‌ରୋଗ ଜନ୍ମରୁ ଥାଏ । ଯାହାକୁ ନେଇ ସଚେତନ ରହିବା ନିହାତି ଜରୁରୀ । ଏଭଳି ସମୟରେ ବିଶ୍ୱ ହୃଦୟ ଦିବସର ମହତ୍ୱ ବଢିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ୱାର୍ଲଡ ହାର୍ଟ ଫେଡେରେସନ ଏହି ଦିବସ ପାଳନ କରିବାକୁ ୧୯୯୯ରେ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଏହା ସେପ୍ଟେମ୍ବର ମାସ ଶେଷ ରବିବାର ପାଳିତ ହେଉଥିଲା। ପ୍ରଥମ ଥର ୨୦୨୦ ସେପ୍ଟେମ୍ବର ୨୪ରେ ପାଳିତ ହୋଇଥିଲା। କିନ୍ତୁ ୨୦୧୧ରୁ ଏହା ସେପ୍ଟେମ୍ବର ୨୯ରେ ପାଳିତ ହୋଇ ଆସୁଛି।

Comments (0)
Add Comment