ବିଶ୍ୱକପ ୨୦୨୨ ଆୟୋଜନ ପାଇଁ ଲାଞ୍ଚ ଅଭିଯୋଗକୁ ଖଣ୍ଡନ କଲା କତ୍ତାର

କତ୍ତାର: କତ୍ତାରରେ ବିଶ୍ୱକପ୍ ଫୁଟବଲ ୨୦୨୨ ଆୟୋଜନ ପାଇଁ ଫିଫାକୁ ଏହି ଦେଶ ଲାଞ୍ଚ ଦେଇଥିଲା ବୋଲି ଗୁରୁତର ଅଭିଯୋଗ ଆସିଥିଲା । ଏଭଳି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କତ୍ତାର ଜାତୀୟ ଫୁଟବଲ ସଂଘ ଏବଂ ସରକାର ତାହାକୁ ଖଣ୍ଡନ କରିଛନ୍ତି । ସରକାର କହିଛନ୍ତି ଯେ, ଦେଶକୁ ବଦନାମ କରିବା ପାଇଁ କେତେକ ଗୋଷ୍ଠୀଙ୍କର ଏହା ଏକ ଷଡଯନ୍ତ୍ର । ବିଶ୍ୱକପ୍ ଆୟୋଜନ ପାଇଁ କତ୍ତାର କେବେବି ଫିଫାକୁ କୌଣସି ପ୍ରକାର ପ୍ରଲୋଭନ ଦେଖାଇ ନାହିଁ । ଗଣମାଧ୍ୟମରେ ଖବରପ୍ରକାଶ ପାଇଥିଲା ଯେ, ୨୦୧୮ ବିଶ୍ୱକପ୍ ଋଷିଆରେ ହେଉ ୨୦୨୨ ବିଶ୍ୱକପ କତ୍ତାର ହେଉ ବୋଲି ବହୁବର୍ଷ ତଳେ କତ୍ତାର ପକ୍ଷରୁ ଫିଫାକୁ ପ୍ରସ୍ତାବ ଦେଇଥିଲା ଏବଂ ନିଜ ଦେଶରେ ଏହି ମେଗା ଇଭେଣ୍ଟ ଆୟୋଜନ ପାଇଁ କତ୍ତାର ଫିଫାକୁ ବିପୁଳ ପରିମାଣରେ ଲାଞ୍ଚ ଦେଇଥିଲା ବୋଲି ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ।

Comments (0)
Add Comment