ଭୁବନେଶ୍ୱର: କରୋନା ଆଳରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ ନେଇ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି । ତେବେ ତୁରନ୍ତ ଗଣମାଧ୍ୟମକୁ ଲୋକସେବା ଭବନ ଭିତରକୁ ଛଡ଼ାଯିବା ପାଇଁ ବିରୋଧୀ ଦଳର ସଦସ୍ୟ ଆଜି ବିଧାନସଭାରେ ଦାବି କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏଭଳି ଦାବି କରିଛନ୍ତି । ଲୋକସେବା ଭବନ ଓ ବିଧାନସଭାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛାଡ଼ିବା ପାଇଁ ଉଭୟ ନେତା ଦାବି କରିଛନ୍ତି ।
ଆଜି ବିଧାନସଭାର ଶୂନ୍ୟକାଳରେ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ଗଣମାଧ୍ୟମକୁ ଛଡ଼ାନଗଲେ ଏହା ଗଣତନ୍ତ୍ର ପ୍ରତି କ୍ଷତିକାରକ । ଅନ୍ୟପଟେ ସବୁ କିଛି ସ୍ୱାଭାବିକ ହେଲାଣି । ତେଣୁ ତୁରନ୍ତ ସାମ୍ବାଦିକଙ୍କୁ ଛଡ଼ାଯାଉ ବୋଲି ମୋହନ ମାଝୀ କହିଛନ୍ତି । କେଉଁ କଥାକୁ ଲୁଚାଇବା ପାଇଁ ସରକାର ସାମ୍ବାଦିକଙ୍କୁ ଛାଡ଼ୁନାହାନ୍ତି ବୋଲି ଶ୍ରୀ ପ୍ରଶ୍ନ କରିଛନ୍ତି । ଏହାଛଡ଼ା କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ସାମ୍ବାଦିକଙ୍କୁ ଲୋକସେବା ଭବନ ଭିତରକୁ ଛଡ଼ାଯିବାକୁ ଦାବି କରିଥିଲେ ।