ଲୋକସେବା ଭବନକୁ ସାମ୍ବାଦିକମାନଙ୍କୁ ଛଡାଯାଉ : ବିରୋଧୀ

0 40

ଭୁବନେଶ୍ୱର:  କରୋନା ଆଳରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ ନେଇ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି । ତେବେ ତୁରନ୍ତ ଗଣମାଧ୍ୟମକୁ ଲୋକସେବା ଭବନ ଭିତରକୁ ଛଡ଼ାଯିବା ପାଇଁ ବିରୋଧୀ ଦଳର ସଦସ୍ୟ ଆଜି ବିଧାନସଭାରେ ଦାବି କରିଛନ୍ତି ।  ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏଭଳି ଦାବି କରିଛନ୍ତି ।  ଲୋକସେବା ଭବନ ଓ ବିଧାନସଭାକୁ  ଗଣମାଧ୍ୟମ ପ୍ରତିନିଧିଙ୍କୁ ଛାଡ଼ିବା ପାଇଁ ଉଭୟ ନେତା ଦାବି କରିଛନ୍ତି ।

hiring

ଆଜି ବିଧାନସଭାର ଶୂନ୍ୟକାଳରେ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ଗଣମାଧ୍ୟମକୁ ଛଡ଼ାନଗଲେ ଏହା ଗଣତନ୍ତ୍ର ପ୍ରତି କ୍ଷତିକାରକ ।  ଅନ୍ୟପଟେ ସବୁ କିଛି ସ୍ୱାଭାବିକ ହେଲାଣି । ତେଣୁ ତୁରନ୍ତ ସାମ୍ବାଦିକଙ୍କୁ ଛଡ଼ାଯାଉ ବୋଲି ମୋହନ ମାଝୀ କହିଛନ୍ତି । କେଉଁ କଥାକୁ ଲୁଚାଇବା ପାଇଁ ସରକାର ସାମ୍ବାଦିକଙ୍କୁ ଛାଡ଼ୁନାହାନ୍ତି ବୋଲି ଶ୍ରୀ ପ୍ରଶ୍ନ କରିଛନ୍ତି ।  ଏହାଛଡ଼ା କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ସାମ୍ବାଦିକଙ୍କୁ ଲୋକସେବା ଭବନ ଭିତରକୁ ଛଡ଼ାଯିବାକୁ ଦାବି କରିଥିଲେ ।

hiranchal ad1
Leave A Reply

Your email address will not be published.

19 − three =