Monthly Archives

August 2020

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ବୌଦ୍ଧ -ଆଜି ରାତି ପ୍ରାୟ 8 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ସରସରା ନିକଟରେ ଏକ ଅଜଣା ବୋଲେରୋ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ 8 ଘଣ୍ଟା ସମୟରେ ଚାରିଛକ ଅଭିମୁଖେ ଯାଉଥିବା ଗୋଟିଏ ଅଜଣା ବୋଲେରୋ ଚାଲି…
Read More...

ପାଣିରେ ପଡି ମୃତ୍ୟୁ, ଥାନାରେ ମାମଲା ରୁଜୁ

ଫୁଲବାଣୀ,୩୦/୮- କନ୍ଧମାଳ ଜିଲ୍ଲାର ଖଜୁରିପଡା ଥାନା ସଦରମହକୁମା ଡଙ୍ଗିସାହି ଠାରେ ଏକ ଛୋଟପାଣି ଖାଲରେ ପଡି ଲାଇନପଡା ବପଲମେଣ୍ଡି ଗ୍ରାମର ସଭାଜନ ମଲିକ (୫୦) ଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି। ସଭାଜନ ଙ୍କ ପରିବାର ଜଣେ ଭାଇ ଖଜୁରୀପଡ଼ା ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ…
Read More...

ଚାଲିଗଲେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା ।ଅଗଷ୍ଟ ୧୦ ତାରିଖ ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ…
Read More...

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି । ବନ୍ୟାଞ୍ଚଳ ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ବହୁ ଜିଲ୍ଲା ଜଳମଗ୍ନ ହୋଇଛି । ଅନେକ ଗାଁ ବୁଡିଯାଇଥିବା ବେଳେ ଅସଂଖ୍ୟ…
Read More...

ବିଜୟ ମାଲ୍ୟାଙ୍କୁ ଝଟ୍‌କା: ମାମଲା ସମୀକ୍ଷା ଆବେଦନ ଖାରଜ

ନୂଆଦିଲ୍ଲୀ : ହଜାର ହଜାର କୋଟି ଟଙ୍କାର ଋଣ ଠକି ନେଇ ଫେରାର ହୋଇଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଜି ଶକ୍ତ ଝଟ୍‌କା ଲାଗିଛି । ତାଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତେବେ ଏହାର ସମୀକ୍ଷା ପାଇଁ ସେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ । କୋର୍ଟ କିନ୍ତୁ…
Read More...

ସେପ୍ଟେମ୍ବର ମାସଯାକ ଉଡିବନି ଅନ୍ତର୍ଜାତୀୟ ବିମାନ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କଟକଣାକୁ ବଳବତ୍ତର ରଖିଛନ୍ତି । ଅନଲକ୍‌-୪ରେ ଅନେକ କଟକଣା କୋହଳ କରାଯାଇଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କ୍ଷେତ୍ରରେ କଟକଣାକୁ କାଏମ ରଖାଯାଇଛି । ସେପ୍ଟେମ୍ବର ୩୦ ତାରିଖ…
Read More...

ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତଙ୍କୁ ଏକ ଟଙ୍କା ଜୋରିମାନା

ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଆଜି ସୁପ୍ରିମ୍‌କୋର୍ଟ ଏକ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କୁ ସେପ୍ଟେମ୍ବର ୧୫ ସୁଦ୍ଧା ଏହି ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା । ତେବେ ତା' ପୂର୍ବରୁ…
Read More...

ସମ୍ବଲପୁର ମଣ୍ଡଳର ଇଞ୍ଜିନିୟରିଂଗ ବିଭାଗର କର୍ମଚାରୀ ପୁରସ୍କୃତ

ସମ୍ବଲପୁର : ସମ୍ବଲପୁର ରେଳମଣ୍ଡଳରେ ଶାସନ ଷ୍ଟେସନରେ ଇଞ୍ଜିନିୟରିଂଗ୍ ବିଭାଗରେ କାର୍ଯ୍ୟରତ ଟ୍ରାକ୍ ମେଣ୍ଟେନର ମହେନ୍ଦ୍ର ଛାଛନଙ୍କର ନିରାପତ୍ତା ପ୍ରତି ସଜାଗ, ସୁରକ୍ଷିତ ରେଳ ଚଳାଚଳ ପ୍ରତି କର୍ତ୍ତବ୍ୟ ନିଷ୍ଠା ଓ ନିରାପତ୍ତା ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ପୁରସ୍କୃତ କରାଯାଇଅଛି ।…
Read More...

କିଟ୍‍ ରେ ନୂତନ ଶିକ୍ଷାନୀତି ଉପରେ ଆନ୍ତର୍ଜାତିକ ୱେବିନାର

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷାନୀତି-୨୦୨୦ ଉପରେ ତିନି ଦିନିଆ ଆନ୍ତର୍ଜାତିକ ୱେବିନାର ରବିବାର ଉଦ୍‍ଯାପିତ ହୋଇଯାଇଛି । ୨୮ ତାରିଖରେ ଏହି ଆନ୍ତର୍ଜାତିକ ୱେବିନାର୍‍କୁ ଉଦ୍‍ଘାଟନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ୍‍ ନିଶଙ୍କ କହିଲେ, ଶିକ୍ଷାନୀତି…
Read More...

କୋହଲିଙ୍କ ଟି-୨୦ ରେକଡର଼୍ର ସମକକ୍ଷ ହେଲେ ଆଜମ୍‌

ଓଲ୍ଡ ଟ୍ରାଫଡ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ପାକିସ୍ତାନକୁ ଶକ୍ତ ଝଟ୍‌କା ଲାଗିଛି ସତ; କିନ୍ତୁ ଏହାର ସ୍କିପର ବାବର ଆଜମ୍‌ଙ୍କୁ ବ୍ୟକ୍ତିଗତ ସଫଳତା ମିଳିଛି । ଏହି ମ୍ୟାଚ୍‌ରେ ସେ ଉତ୍କୃଷ୍ଟ ବ୍ୟାଟିଂ ପ୍ରଦର୍ଶନ କରି ବିରାଟ କୋହଲି ଓ ଆରନ୍‌ ଫିଞ୍ଚ୍‌ଙ୍କ ଟି-୨୦ ରେକଡର଼୍ର…
Read More...