ସେପ୍ଟେମ୍ବର ମାସଯାକ ଉଡିବନି ଅନ୍ତର୍ଜାତୀୟ ବିମାନ

0 64

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କଟକଣାକୁ ବଳବତ୍ତର ରଖିଛନ୍ତି । ଅନଲକ୍‌-୪ରେ ଅନେକ କଟକଣା କୋହଳ କରାଯାଇଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କ୍ଷେତ୍ରରେ କଟକଣାକୁ କାଏମ ରଖାଯାଇଛି । ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବ ନାହିଁ । ଫଳରେ ବିଭିନ୍ନ ଦେଶରେ ଫଶି ରହିଥିବା ଭାରତୀୟମାନଙ୍କୁ ଗୋଟିଏ ମାସ ଅପେକ୍ଷା କରିବାକୁ ପଡ଼ିବ । ସୂଚନା ମୁତାବକ, କରୋନା ମହାମାରୀ ଓ ଲକ୍‌ଡାଉନ୍‌ ଯୋଗୁ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଉଡାଣକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଅନ୍ତର୍ଜାତୀୟ କାର୍ଗୋ ବିମାନ ଓ ଡିଜିସିଏର ସ୍ୱତନ୍ତ୍ର ଅନୁମତିରେ ଚଳାଚଳ କରୁଥିବା ବିମାନ ଉଡାଣ କ୍ଷେତ୍ରରେ ଏହି ନିୟମ ଲାଗୁହେବ ନାହିଁ ବୋଲି ସ୍ପଷ୍ଟ କରିଥିଲା ଡିଜିସିଏ । କରୋନା ମହାମାରୀ ପାଇଁ ଡିଜିସିଏ ମାର୍ଚ୍ଚ ୨୨ ତାରିଖରୁ ଅନ୍ତର୍ଜାତୀୟ ବିମାନ ଉଡାଣକୁ ସ୍ଥଗିତ ରଖିଛି । ତେବେ ଆଜି ସୁଦ୍ଧା ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ସ୍ୱତନ୍ତ୍ରଭାବେ ୨୫୦୦ରୁ ଅଧିକ ବିମାନ ଚଳାଚଳ କରିଛି ।

hiranchal ad1
Leave A Reply

Your email address will not be published.

2 × four =