ବିଜୟ ମାଲ୍ୟାଙ୍କୁ ଝଟ୍‌କା: ମାମଲା ସମୀକ୍ଷା ଆବେଦନ ଖାରଜ

0 62

ନୂଆଦିଲ୍ଲୀ : ହଜାର ହଜାର କୋଟି ଟଙ୍କାର ଋଣ ଠକି ନେଇ ଫେରାର ହୋଇଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଜି ଶକ୍ତ ଝଟ୍‌କା ଲାଗିଛି । ତାଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତେବେ ଏହାର ସମୀକ୍ଷା ପାଇଁ ସେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ । କୋର୍ଟ କିନ୍ତୁ ଆଜି ତାଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି ।
ସୂଚନା ମୁତାବକ, ଏହି ସମଗ୍ର ବିଷୟ ଏକ ଆର୍ଥିକ କାରବାର ସହିତ ଜଡିତ । ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ଦେଶରୁ ପଳାୟନ କରିବା ପରେ ସୁପ୍ରିମକୋର୍ଟ ଋଣ ନେଇଥିବା ଟଙ୍କା ବ୍ୟାଙ୍କକୁ ଫେରାଇବା ପାଇଁ କହିଥିଲେ । ହେଲେ ମାଲ୍ୟା କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଯାଇ ବ୍ୟାଙ୍କ ଋଣ ପରିଶୋଧ କରିବା ପରିବର୍ତ୍ତ ଟଙ୍କା ତାଙ୍କ ପୁଅର ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିଦେଇଥିଲେ । ମାଲ୍ୟା ୪୦ମିଲିୟନ ଆମେରିକୀୟ ଡଲାର ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଥିଲା ।
ତେବେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରିବା ପରେ ମେ’ ୨୦୧୭ରେ କୋର୍ଟ ମାଲ୍ୟାଙ୍କୁ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ । ୨୦୧୭ରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନେତୃତ୍ୱାଧୀନ ବ୍ୟାଙ୍କଗୁଡିକର ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଥିଲେ । ପରେ ଏହି ନିଷ୍ପତ୍ତି ବିରୋଧରେ ମାଲ୍ୟା ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରିଥିଲେ, ଯାହାକୁ ଆଜି ଖାରଜ କରିଦିଆଯାଇଛି ।

hiranchal ad1
Leave A Reply

Your email address will not be published.

6 − 6 =