ସମ୍ବଲପୁର ମଣ୍ଡଳର ଇଞ୍ଜିନିୟରିଂଗ ବିଭାଗର କର୍ମଚାରୀ ପୁରସ୍କୃତ

0 111

ସମ୍ବଲପୁର : ସମ୍ବଲପୁର ରେଳମଣ୍ଡଳରେ ଶାସନ ଷ୍ଟେସନରେ ଇଞ୍ଜିନିୟରିଂଗ୍ ବିଭାଗରେ କାର୍ଯ୍ୟରତ ଟ୍ରାକ୍ ମେଣ୍ଟେନର ମହେନ୍ଦ୍ର ଛାଛନଙ୍କର ନିରାପତ୍ତା ପ୍ରତି ସଜାଗ, ସୁରକ୍ଷିତ ରେଳ ଚଳାଚଳ ପ୍ରତି କର୍ତ୍ତବ୍ୟ ନିଷ୍ଠା ଓ ନିରାପତ୍ତା ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ପୁରସ୍କୃତ କରାଯାଇଅଛି । ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ସମର୍ପଣ ମାନ୍ୟତା ସ୍ୱରୂପ ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ପ୍ରମାଣ ପତ୍ର ସହ ନଗଦ ରାଶି ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ବରିଷ୍ଠ ମଣ୍ଡଳ ଇଞ୍ଜିନିୟର(ସମନ୍ୱୟ) ଜୟନ୍ତ କୁମାର ଖମାରୀ, ମଣ୍ଡଳ ଇଞ୍ଜିନିୟରିଂ(ମଧ୍ୟ) ସରୋଜ କାନ୍ତ ଦାସ ଏବଂ ସହାୟକ ମଣ୍ଡଳ ନିରାପତ୍ତା ଅଧିକାରୀ ଚତିନ୍ଦର ସୋହେଲ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 3 =