କୋହଲିଙ୍କ ଟି-୨୦ ରେକଡର଼୍ର ସମକକ୍ଷ ହେଲେ ଆଜମ୍‌

0 334

ଓଲ୍ଡ ଟ୍ରାଫଡ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ପାକିସ୍ତାନକୁ ଶକ୍ତ ଝଟ୍‌କା ଲାଗିଛି ସତ; କିନ୍ତୁ ଏହାର ସ୍କିପର ବାବର ଆଜମ୍‌ଙ୍କୁ ବ୍ୟକ୍ତିଗତ ସଫଳତା ମିଳିଛି । ଏହି ମ୍ୟାଚ୍‌ରେ ସେ ଉତ୍କୃଷ୍ଟ ବ୍ୟାଟିଂ ପ୍ରଦର୍ଶନ କରି ବିରାଟ କୋହଲି ଓ ଆରନ୍‌ ଫିଞ୍ଚ୍‌ଙ୍କ ଟି-୨୦ ରେକଡର଼୍ର ସମକକ୍ଷ ହୋଇଛନ୍ତି । ଟି-୨୦ରେ ଦ୍ରୁତତମ ୧୫୦୦ ରନ୍‌ ସଂଗ୍ରହ କ୍ଷେତ୍ରରେ ସେ ଏହି ଦୁଇ ତାରକା ଖେଳାଳିଙ୍କ ରେକଡର଼୍ର ବରାବର ସ୍ଥିତିକୁ ଆସିଛନ୍ତି । ଏହା ପୂର୍ବରୁ ୧୫୦୦ ରନ୍‌ ପାଇଁ ତାଙ୍କୁ ଆଉ ମାତ୍ର ୨୯ ରନ୍‌ ଆବଶ୍ୟକ ଥିଲା । ସେ ତାଙ୍କର ୩୯ତମ ଇଂନିସ୍‌ରେ ଏହି ଲକ୍ଷ୍ୟ ପୂରଣ କରିଛନ୍ତି । ଯାହାକି କୋହଲି ଓ ଫିଞ୍ଚ୍‌ଙ୍କ କ୍ଷେତ୍ରରେ ପୂର୍ବରୁ ସମ୍ଭବ ହୋଇପାରିଛି । ଟି-୨୦ ଫର୍ମାଟରେ କୋହଲି ହେଉଛନ୍ତି ଅଗ୍ରଣୀ ରନ୍‌ ସ୍କୋରର । ବର୍ତ୍ତମାନ ସୁଦ୍ଧା ୮୨ଟି ଗେମ୍‌ରୁ ସେ ୨୭୯୪ ରନ୍‌ ସଂଗ୍ରହ କରିଛନ୍ତି । ଭାରତର ଉପ-ଅଧିନାୟକ ରୋହିତ ଶର୍ମାଙ୍କର ଏହି ସଂଖ୍ୟା ୨୭୭୩ରେ ସୀମିତ ରହିଛି । ସେ ୧୦୮ଟି ଗେମ୍‌ରୁ ଏହି ସଂଖ୍ୟକ ସ୍କୋର ହାସଲ କରିଛନ୍ତି । ସେହିପରି, ମାର୍ଟିନ୍‌ ଗପଟିଲ୍‌, ସୋହେବ ମଲ୍ଲିକ ଓ ଡାଭିଡ୍‌ ୱାର୍ଣ୍ଣର ଏହି ତାଲିକାରେ କ୍ରମାନ୍ୱୟରେ ତଳକୁ ତଳ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

5 × five =