ଆର୍‌ସିବିର ଓପନରଙ୍କୁ ନେଇ ଦ୍ୱନ୍ଦ୍ୱ

0 80

ନୂଆଦିଲ୍ଲୀ : ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ସମୟ ପାଖେଇ ଆସୁଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ଦ୍ୱିଧାରେ ପଡ଼ିଛି । ଏଥର କିଏ ଓପନର ବ୍ୟାଟ୍ସମ୍ୟାନ୍‌ଭାବେ ଭୂମିକା ଗ୍ରହଣ କରିବେ ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ପାରମ୍ପରିକ ଭାବେ ଅତୀତରେ ପାର୍ଥିବ ପଟେଲ ଓ ବିରାଟ କୋହଲି ଓପନିଂ ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳି ଆସିଛନ୍ତି । କିନ୍ତୁ ଏଥର ଆର୍‌ସିବି ଆରନ୍‌ ଫିଞ୍ଚ୍‌ଙ୍କୁ କିଣିଥିବାରୁ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସମୀକ୍ଷକମାନଙ୍କ ମତରେ ବର୍ତ୍ତମାନର ସମୟରେ ଫିଞ୍ଚ୍‌ ହେଉଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ଓପନିଂ ବ୍ୟାଟ୍ସମ୍ୟାନ୍‌ । ତେଣୁ ତାଙ୍କୁ ଦଳ କେବେବି ନଜର ଅନ୍ଦାଜ୍‌ କରିନପାରେ । କିମ୍ବା ବ୍ୟାଟିଂ ବିଭାଗରେ ତଳ ଭାଗରେ ରଖିବାକୁ ଉଚିତ୍‌ ମନେ କରିନପାରେ । ତେବେ ପ୍ରଶ୍ନ ହେଉଛି, ଯଦି ଫିଞ୍ଚ୍‌ଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ୍‌ ଭାବେ ଚୂଡ଼ାନ୍ତ କରାଯାଏ, ତେବେ ପଟେଲ ଓ କୋହଲିଙ୍କ ମଧ୍ୟରୁ କାହାକୁ ହଟାଯିବ ତାହା ଏକ ବଡ଼ ପ୍ରଶ୍ନ ହୋଇ ଦଳ ଆଗରେ ଛିଡ଼ା ହୋଇଛି । ଫିଞ୍ଚ୍‌ ଦଳରେ ସାମିଲ୍‌ ହେବା ପରଠାରୁ ଏହି ପ୍ରଶ୍ନ ଉଠିଛି । ଫିଞ୍ଚଙ୍କୁ ବ୍ୟାଟିଂ ବିଭାଗରେ କେଉଁ ସ୍ଥାନରେ ରଖାଯିବ, ସେ ନେଇ ବିଚାର ଆଲୋଚନା ଆରମଭ ହୋଇଯାଇଛି । ଗଣମାଧ୍ୟମରେ ମଧ୍ୟ ଏ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ଚାଲିଛି । ଫିଞ୍ଚ୍‌ ଜଣେ ସର୍ବମଣ୍ୟ ଶ୍ରେଷ୍ଠ ଓପନିଂ ବ୍ୟାଟ୍ସମ୍ୟାନ୍‌ ହୋଇଥିବାରୁ ତାଙ୍କୁ ଦଳ ନିମ୍ନ ଭାଗରେ ରଖିବାକୁ କେବେବି ଉଚିତ୍‌ ମନେ କରିବ ନାହିଁ ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

eight + 20 =