ଆଇପିଏଲ୍‌ ଦଳଗୁଡ଼ିକର କ୍ଷତିପୂରଣ ଦାବି ଅଯଥାର୍ଥ

0 69

ମୁମ୍ବାଇ : କରୋନା ଭାଇରସ ସଂକ୍ରମଣ ଯୋଗୁଁ ହୋଇଥିବା କ୍ଷତିର ଭରଣା ପାଇଁ ଆଇପିଏଲ୍‌ ଦଳର ଦାବିକୁ ବିସିସିଆଇ ଗ୍ରହଣ କରିବାକୁ ମନା କରିଦେଇଛି । କରୋନା ଯୋଗୁଁ ଦଳର ଅଶେଷ କ୍ଷତି ହୋଇଥିବାରୁ ବିସିସିଆଇ ତାହାର ଭରଣା କରୁ ବୋଲି କିଛି ଟିମ୍‌ ଦାବି କରିଛନ୍ତି । ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ବେଳେ ସୁରକ୍ଷା ଦିଗକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଖେଳାଳିମାନଙ୍କୁ କେତେକ ନିୟମ ମାନି ଚଳିବା ପାଇଁ ବାଧ୍ୟ କରାଯାଇଛି । ଫଳରେ କ୍ରୀଡ଼ା ସମ୍ପର୍କିତ କେତେକ କାର୍ଯ୍ୟ କରିବାରେ ଦଳଗୁଡ଼ିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଚଳିତ ଆଇପିଏଲ୍‌ରେ ଏହି ଦଳଗୁଡ଼ିକ ଅଶେଷ କ୍ଷତି ସହିବେ ବୋଲି କହିଛନ୍ତି । ତେବେ ବିସିସିଆଇ ସେମାନଙ୍କର ଦାବି ଓ ଯୁକ୍ତିକୁ ଅଯଥାର୍ଥ ଓ ଅବାସ୍ତବ ବୋଲି କହିଛି । ବିସିସିଆଇ ସ୍ପଷ୍ଟ କରିଦେଇଛି ଯେ, ଯେକୌଣସି କାରଣରୁ ହେଉନା କାହିଁକି, ଯାହାବି କ୍ଷତି ହୋଇଛି, ତାହାର ଭରଣା ବୋଡର଼୍ କରିବ ନାହିଁ । କାରଣ ଏହି କ୍ଷତି କରୋନା ସଂକ୍ରମଣ ଯୋଗୁଁ ହୋଇଛି । ତେଣୁ କ୍ଷତି ଭରଣାର କୌଣସି ଆବଶ୍ୟକତା ନାହିଁ ବୋଲି ବୋଡର଼୍ କହିଛି । ଦଳଗୁଡ଼ିକ ସେମାନେ ସମ୍ମୁଖୀନ ହୋଇଥିବା କ୍ଷତି ନେଇ ଏକ ବିସ୍ତୃତ ସ୍ମାରକପତ୍ର ବୋଡର଼୍ ନିକଟକୁ ପଠାଇଥିଲେ । ଏହାକୁ ଦେଖିବା ପରେ ବୋଡର଼୍ ଏଭଳି ପ୍ରତିକ୍ରିୟା ରଖିଛି । ଏଥର ସିଜିନ୍‌ରେ ପ୍ରତି ଦଳ ୪୬ କୋଟି ଟଙ୍କାର କ୍ଷତି ସହିଛନ୍ତି ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି । ଏହି କ୍ଷତି ଆଇପିଏଲ୍‌ ଭରଣା କରିବ, ନା ଫ୍ରାଞ୍ଚାଇଜ୍‌ମାନେ ଭରଣା କରିବେ ତାହା ଜାଣିବା ପାଇଁ ସେମାନେ ଚାହିଁଛନ୍ତି ।

hiranchal ad1
Leave A Reply

Your email address will not be published.

eight − one =