କନ୍ଧମାଳରେ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ

0 108

କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୧୭କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୨୦୩ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୧୭୮୦ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି ।ଜିଲ୍ଲା ରେ ୧୦ ଜଣଙ୍କ କରୋନା ରେ ମୃତ୍ୟୁ ଘଟିଛି । ଅନ୍ୟାନ୍ୟ କୋଭିଡ଼ ହସ୍ପିଟାଲରେ ଆଉ ୪୧୩ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଜିଲ୍ଲାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୧୭ ମଧ୍ୟରୁ ୧୨ଜଣ ପୁରୁଷ ହୋଇଥିବା ବେଳେ ୦୫ଜଣ ମହିଳା । ସେମାନଙ୍କ ମଧ୍ୟରୁ ଫୁଲବାଣୀର ୫ ଜଣ ହୋଇଥିବା ବେଳେ ଜି ଉଦୟଗିରି ର ୨ ଜଣ, ଟିକାବାଲି ଜଣେ,ଦାରିଙ୍ଗବାଡିର ଜଣେ, କୋଟଗଡର ଜଣେ, ତୁମୁଡିବନ୍ଧର ଜଣେ, ଫିରିଙ୍ଗିଆର ଜଣେ, ଖଜୁରିପଡାର ଜଣେ, ବାଲିଗୁଡାର ୨ଜଣ ଓ ଅନ୍ୟାନ୍ୟ ୨ ଜଣ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

thirteen − 3 =