କୋଣାର୍କ ଏନଏସିର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଯୁକ୍ତା ତ୍ରିପାଠୀ

0 47

ପୁରୀ : ଚଳିତ ପୌର ନିର୍ବାଚନ ର ଫଳାଫଳ ଘୋଷଣା ପରେ କୋଣାର୍କ ଏନଏସିରେ ବିଜୁ ଜନତା ଦଳ ବାଜିମାତ କରିଥିବା ବେଳେ ବିଜୁ ଜନତା ଦଳ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ବିଜୁ ଜନତା ଦଳର ପ୍ରାର୍ଥିନୀ ସଂଯୁକ୍ତା ତ୍ରିପାଠୀ ବିଜୁ ଜନତା କାର୍ଯ୍ୟାଳୟରୁ ନିଜର ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି କୋଣାର୍କ ଏନଏସି କାର୍ଯ୍ୟାଳୟରେ ପହଞ୍ଚି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଣି ଆକୃତି ଗୋଏଙ୍କାଙ୍କ ଉପସ୍ଥିତରେ ସେଠାରେ ସେ ଅନୁଷ୍ଠାନିକ ଭାବେ ନିଜର ଅଧ୍ୟକ୍ଷ ପଦକୁ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ମୁତାବକ କୋଣାର୍କ ଏନଏସିରେ ଥିବା ଅନେକ ସମସ୍ୟା ମଧ୍ୟରୁ କିଛି ମୁଖ୍ୟ ସମସ୍ୟା ଯେପରି ଜମିଜମା ସମସ୍ୟା, ମେଡ଼ିକାଲ ଓ ଡ୍ରେନେଜ ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି ସେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen + 11 =