ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି । ଦେଶରେ ସର୍ବାଧିକ ଦିଆଯାଉଥିବା ଟିକା ମଧ୍ୟରେ କୋଭିସିଲ୍ଡ ଅନ୍ୟତମ । ତେବେ ନିକଟରେ କୋଭିସିଲ୍ଡକୁ ନେଇ ବିଟ୍ରେନ ପ୍ରତିକ୍ରୀୟାଶୀଳ ହୋଇପଡ଼ିଥିବାବେଳେ ଏବେ କିନ୍ତୁ ଭାରତର ଚେତାବନୀ ପରେ ନରମିଛି । ଭାରତର ତୀବ୍ର ପ୍ରତିବାଦ ପରେ ବ୍ରିଟେନ ନରମିଛି । ଭାରତର କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ ବ୍ରିଟେନ କୋଭିସିଲ୍ଡ ସମ୍ପର୍କରେ ନେଇଥିବା ତା’ର ନିଷ୍ପତ୍ତିକୁ ପରିବର୍ତ୍ତନ କରିଛି । ଏଣିକି କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ । ପୂର୍ବରୁ କୋଭିସିଲ୍ଡକୁ ଗ୍ରହଣ କରିନଥିଲେ ବ୍ରିଟେନ ସରକାର । ଏପରିକି କୋଭିସିଲ୍ଡ ନେଇ ବ୍ରିଟେନ ଗଲେ କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳକ କରାଯାଇଥିଲା । ଏନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଭାରତ ବ୍ରିଟେନ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲା । ତେବେ ଶେଷରେ ବ୍ରିଟେନ ନିଜର ନିଷ୍ପତ୍ତିକୁ ବଦଳାଇଥିବା ଜଣାଯାଇଛି ।