ଏଣିକି କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ

0 48

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି ।  ଦେଶରେ ସର୍ବାଧିକ ଦିଆଯାଉଥିବା ଟିକା ମଧ୍ୟରେ କୋଭିସିଲ୍ଡ ଅନ୍ୟତମ । ତେବେ ନିକଟରେ କୋଭିସିଲ୍ଡକୁ ନେଇ ବିଟ୍ରେନ ପ୍ରତିକ୍ରୀୟାଶୀଳ ହୋଇପଡ଼ିଥିବାବେଳେ ଏବେ କିନ୍ତୁ ଭାରତର ଚେତାବନୀ ପରେ ନରମିଛି ।  ଭାରତର ତୀବ୍ର ପ୍ରତିବାଦ ପରେ ବ୍ରିଟେନ ନରମିଛି ।  ଭାରତର କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ ବ୍ରିଟେନ କୋଭିସିଲ୍ଡ ସମ୍ପର୍କରେ ନେଇଥିବା ତା’ର ନିଷ୍ପତ୍ତିକୁ ପରିବର୍ତ୍ତନ କରିଛି ।  ଏଣିକି କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ । ପୂର୍ବରୁ କୋଭିସିଲ୍ଡକୁ ଗ୍ରହଣ କରିନଥିଲେ ବ୍ରିଟେନ ସରକାର । ଏପରିକି କୋଭିସିଲ୍ଡ ନେଇ ବ୍ରିଟେନ ଗଲେ କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳକ କରାଯାଇଥିଲା ।  ଏନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।  ଭାରତ ବ୍ରିଟେନ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲା ।  ତେବେ ଶେଷରେ ବ୍ରିଟେନ ନିଜର ନିଷ୍ପତ୍ତିକୁ ବଦଳାଇଥିବା ଜଣାଯାଇଛି । 

hiranchal ad1
Leave A Reply

Your email address will not be published.

7 − 4 =