ଆଉ ଜଣେ ଆଞ୍ଜେଲ ପ୍ରିୟା ଗିରଫ

0 161

ଭୁବନେଶ୍ୱର: ଟଙ୍କା ଆୟ ପାଇଁ ଏବେ ନୂଆ ନୂଆ ତରିକା ଆପଣାଉଛନ୍ତି ଲୋକେ । ତେବେ ଫେସବୁକରେ ବନ୍ଧୁତା ସ୍ଥାପନ କରି ପରେ ବ୍ଲାକମେଲିଂ କରି ଟଙ୍କା ଆୟ କରିବା ଏବେ ଟ୍ରେଣ୍ଡ ପାଲଟିଯାଇଛି । ଅଧିକାଂଶ ମହିଳା ବା ଯୁବତୀ ଏପରି କରୁଥିବାବେଳେ ଯୁବବର୍ଗ ସେମାନଙ୍କ ଜାଲରେ ସହଜରେ ପଡ଼ିଯାଉଛନ୍ତି । ଏପରି ଜାଲ ବିଛାଉଥିବା ଜଣେ ଆଞ୍ଜେଲପ୍ରିୟା ବା ଜଣେ ଯୁବତୀଙ୍କୁ  ନିକଟରେ ଭୁବନେଶ୍ୱରରୁ ଗିରଫ କରାଯାଇଥିବାବେଳେ ପୁଣି ଆଉ ଜଣଙ୍କୁ ଗିରଫ କରାଯାଇଛି ।

hiring

ଫେସବୁକରେ ପ୍ରେମ ଜାଲରେ ଫସାଇ ଟଙ୍କା ଆଦାୟ ନେଇ ପୁଲିସ ଜଣେ ଯୁବତୀଙ୍କୁ ଗିରଫ କରିଛି ।  ଭୁବନେଶ୍ୱର ସହିଦନଗର ପୁଲିସ ଆଉ ଜଣେ ଯୁବତୀଙ୍କୁ ଗିରଫ କରିଛି ।  ଫେସବୁକରେ ଛଦ୍ମ ଫଟୋ ଲଗାଇ ସମ୍ପୃକ୍ତ ଆଞ୍ଜେଲପ୍ରିୟା ଯୁବକମାନଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ଗିରଫ ବହୁରୂପୀ ଯୁବତୀଙ୍କ ଘର କୋଲକାତାରେ ହୋଇଥିବାବେଳେ ତାଙ୍କ ନାମ ପୀହୁ ବୋଲି  ପୁଲିସ ପକ୍ଷରୁ ସୂଚନା ମିଳିଛି । 

hiranchal ad1
Leave A Reply

Your email address will not be published.

10 − nine =