ଖାଦ୍ୟ ସୁରକ୍ଷା ଓ ଆବାସ ଯୋଜନାରୁ ବଞ୍ଚିତ ଆଦିବାସୀ ବୃଦ୍ଧା ସୀତା ପଧାନ

0 77

ଆଠମଲ୍ଲିକ,୨୨/୯- ରାଜ୍ୟ ସରକାର ଗରିବ ନିରାଶ୍ରୟମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି କିନ୍ତୁ ଏହି ଯୋଜନା ସୁଫଳ ଗରିବ ଜନସାଧାରଣ ଠିକ୍‌ ଭାବେ ପାଇପାରୁନଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ହୋଇଛି ଆଠମଲ୍ଲିକ ବ୍ଲକର ପୁରୁଣା ମାନତ୍ରୀ ପଂଚାୟତରୁ । କୈରିଘଣ୍ଟି ଗ୍ରାମର ସୀତା ପଧାନ ଦଳିତ ଆଦିବାସୀ ବିଧବା ମହିଳା ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନାରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି । ତିନି ଚାରିବର୍ଷ ତଳେ ଅନ୍ତୋଦୟ ଯୋଜନାରେ ମାସକୁ ୧୦କିଲୋ ଚାଉଳ ପାଉଥିଲେ କିନ୍ତୁ ବର୍ତ୍ତମାନ ସେ କୌଣସି ଯୋଜନାରୁ ସେ ଚାଉଳ ପାଉନାହାନ୍ତି । ଫଳରେ ୫ଶହ ଟଙ୍କା ଭତ୍ତାରେ ବହୁକଷ୍ଟରେ ଚଳୁଛନ୍ତି । ଆଜିପର୍ଯ୍ୟନ୍ତ ବ୍ଲକ କିମ୍ବା ପଞ୍ଚାୟତ ତରଫରୁ ତାଙ୍କୁ ବିଜୁ ପକ୍କାଘରଟିଏ ମଧ୍ୟ ମିଳିପାରିନାହିଁ । ଫଳରେ ଝାଟିମାଟୁ କୁଡିଆ ଘରେ ସେ ଜୀବନ ଯାପନ କରୁଛନ୍ତି । ତୁରନ୍ତ ତାଙ୍କୁ ବିଜୁ ପକ୍କାଘର ଓ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

18 + eight =