ପୁଣି ଆଇପିଏଲରେ ପଶିଲା କରୋନା, ଟି ନଟରାଜନ ପଜିଟିଭ ଚିହ୍ନଟ

0 140

ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ମଧ୍ୟରେ ଆଜି ହେବାକୁ ଥିବା ମ୍ୟାଚ ଉପରେ ସଂଶୟ ସୃଷ୍ଟି ହୋଇଛି । କାରଣର ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଟି ନଟରାଜନ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ସଂପର୍କରେ ଆସିଥିବା ୬ଜଣ ଖେଳାଳି ଏବେ ଆଇସୋଲେସନରେ ଅଛନ୍ତି । ଟି ନଟରାଜନ ପିଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ଆଜିର ଖେଳ ହେବ ବୋଲି ଜଣାପଡିଛି । ପ୍ରଥମ ପର୍ଯ୍ୟାୟ ଶେଷରେ ଦିଲ୍ଲୀର ଦଳ ୮ ଟି ମ୍ୟାଚରୁ ୧୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ୧ ନମ୍ବର ସ୍ଥାନରେ ରହିଥିଲା । ଏଥି ସହିତ ହାଇଦ୍ରାବାଦର ଦଳ ୭ ଟି ମ୍ୟାଚରୁ ୨ ପଏଣ୍ଟ ସହ ଶେଷ ସ୍ଥାନରେ ରହିଥିଲା । ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ମୁମ୍ବାଇକୁ ପରାସ୍ତ କରି ଦିଲ୍ଲୀଠାରୁ ପ୍ରଥମ ସ୍ଥାନ ଛଡ଼ାଇ ନେଇଛି । ଏବେ ପୁଣିଥରେ ଏକନମ୍ବର ସ୍ଥାନକୁ ଉନ୍ନତି ହେବାକୁ ଦିଲ୍ଲୀ ପାଖରେ ସୁଯୋଗ ରହିଛି ।
ଅନ୍ୟପକ୍ଷରେ, ଡେଭିଡ ୱାର୍ଣ୍ଣରଙ୍କ ଠାରୁ ସନରାଇଜର୍ସ ହାଇଦ୍ରାବାଦର ବହୁତ ଆଶା ରଖିଛି । ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଅଭ୍ୟାସରେ ଶଟ ନେଉଥିବା ୱାର୍ଣ୍ଣରଙ୍କ ସୋସିଆଲ ମିଡିଆରେ ସନରାଇଜର୍ସ ହାଇଦ୍ରାବାଦ ଏକ ଭିଡିଓ ଜାରି କରିଛି । ଯାହାର କ୍ୟାପସନ୍‌ ଦିଆଯାଇଛି ଯେ ଆମେ ପ୍ରସ୍ତୁତ ।

hiranchal ad1
Leave A Reply

Your email address will not be published.

three + 17 =