ଗଜପତି ପୋଲିସର ଦିବାରାତ୍ର ପଇଁତରା

ଗଜପତି ଜିଲ୍ଲାରେ ଲକ ଡାଉନକୁ ଆଜି 20 ଦିନ ରେ ପହଞ୍ଚିଛି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଲକ ଡାଉନକୁ ଗଜପତି ଜିଲ୍ଲାରେ ବେଶ କଡାକଡି କରାଯାଇଛି। ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ସାରା ଜିଲ୍ଲାରେ ଦିବା ରାତ୍ରି ପଇଁତରା ମାରୁଛନ୍ତି।ତେଣୁ ସକାଳ 10ଟା ପରେ ଜିଲ୍ଲା ସାରା ଜନଶୂନ୍ୟ ଖାଁ ଖାଁ ଦେଖାଯାଉଛି। ବର୍ତ୍ତମାନ ସକାଳ 6 ଟା ରୁ 10 ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସହ ପନି ପରିବା ଦୋକାନ ଖୋଲା ରହୁଛି। ଜିଲ୍ଲାରେ ପ୍ରାୟତଃ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ରହିଛି।ଅପରାହ୍ନ ରେ 5ଟା ରୁ 7ଟା ସେହିପରି ଅତ୍ୟାବଶ୍ୟକ ଦୋକାନ ଖୋଲା ରହୁଛି। ସାମାଜିକ ଦୂରତା ରକ୍ଷା କରି ଜନସାଧାରଣ ନିଜର ଅତ୍ୟାବଶ୍ୟକ ଜିନିଷ କିଣୁଛନ୍ତି ସେଥି ପ୍ରତି ଜିଲ୍ଲା ପୋଲିସ କଡାକଡି ନଜର ରଖିଛନ୍ତି। ସମଗ୍ର ଜିଲ୍ଲାରେ ଲକଡାଉନ ସଫଳ ହେବାର ଲକ୍ଷ କରାଯାଇଛି। ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଜିଲ୍ଲା ଏସପି ସାରା ଶର୍ମା ସମଗ୍ର ଜିଲ୍ଲାର ବିଭିନ୍ନ ଅଂଚଳ ଗ୍ରସ୍ତ କରି ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନତା କରିବାର ଦେଖିବାକୁ ମିଳିଛି।

Comments (0)
Add Comment