ଖୋର୍ଦ୍ଧା ପୋଲିସ ପ୍ରଶାସନ ପକ୍ଷରୁ କୋଭିଡ୍ ସଚେତନତା ରଥର ଉଦଘାଟନ

ଖୋର୍ଦ୍ଧା ପୋଲିସ ପ୍ରଶାସନ ପକ୍ଷରୁ କରୋନା ଭାଇରସ ସଂକ୍ରମଣକୁ କିପରି ଭାବରେ ଜନସାଧାରଣ ଙ୍କ ମନରେ ଏକ ସଚେତନତାର ବାର୍ତ୍ତା ନିମନ୍ତେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଜୟ ପ୍ରତାପ ସ୍ୱାଇଁ ଏକ ସଚେତନତା ରଥ କୁ ମୁକୁନ୍ଦପ୍ରସାଦ ଠାରେ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ରଥ ମୁକୁନ୍ଦପ୍ରସାଦରୁ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରିଥିଲା । ଏହାର ମୂଳ ଉଦ୍ଦେଶ୍ୟ କିଭଳି ଭାବରେ ଲକ ଡାଉନ୍ ନିୟମ କୁ ମାନିବା ସହିତ ସାମାଜିକ ଦୁରତ୍ଵ କୁ ବଜାୟ ରଖି କରୋନ। ଭୁତାଣୁ ଠାରୁ ଦୂରରେ ରହି ଏହି ଯୁଦ୍ଧରେ ଜିତିବା ପାଇଁ ଜନସାଧାରଣ ଙ୍କ ଭିତରେ ଏକ ସଚେତନତା ଜାଗ୍ରତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରାଯାଇଥିଲା। ଏହି ସଚତେନତା କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଏସ ଡି ପି ଓ, ଶ୍ରୀ ସୁଶିଲ ମିଶ୍ର, ଖୋର୍ଦ୍ଧା ମଡେଲ ପୋଲିସ ଷ୍ଟେସନ ଆଇ ଆଇ ସି, ଶ୍ରୀ ଉମାଶଙ୍କର ସିଂ, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀଣି ‌‌ ଶ୍ରୀମତୀ ସମିତା ମିଶ୍ର, ଡି ଏସ ପି ଶ୍ରୀ ସତିଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment