ଗଣେଶ ପୂଜାରେ ‘ଦଣ୍ଡକାଳୀ’


ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଏଇ ଗଣେଶ ପୂଜାରେ ନ୍ୟାୟର ଦିବ୍ୟ ଶକ୍ତି ସହ ଆସୁଛି ‘ଦଣ୍ଡକାଳୀ’ । ଯେଉଁଥିରେ ଓଡ଼ିଶାର ପବିତ୍ର ଦଣ୍ଡ ନାଚ ପରମ୍ପରା ଜୀବନ୍ତ ହୋଇଉଠିଛି। ଯାହା ବିଶ୍ଵାସ, ସଂସ୍କୃତି ଏବଂ ନ୍ୟାୟରେ ପରିପୂର୍ଣ୍ଣ ବଳିଷ୍ଠ ସିନେମାର ଅନୁଭୂତି ଦେବ । ଏଥିରେ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ମହାଶ୍ଵେତା ରାୟ, ସୂର୍ଯ୍ୟମୟୀ ମହାପାତ୍ର, ଚିତ୍ରସେନ ଘୋଷ, ତୃପ୍ତି ମିରାୟିକା, ଗୁରୁଦେବ ମହାରଥୀ, ଉଷସୀ ମିଶ୍ର, କ୍ରିଷ୍ଣା କର, ଏଲି ପାଢ଼ୀ, ଉଦିତ ଗୁରୁ, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରୀତିରଞ୍ଜନ ପ୍ରଧାନ(ବେକାରିଆ ନୁକ), ମଧୁସୂଦନ ମିଶ୍ର(ଆନ୍ନା କମେଡି), ଶ୍ରୀଧର ମହାନ୍ତ, ନିହାର ସାମଲ, ଅମର ମହାପାତ୍ର, ରଜନୀ ଏବଂ ଶିଶୁ କଳାକାର ହଂସରାଜ ଓ ଧୂନ୍ ଅଭିନୟ କରିଛନ୍ତି । ରାଜଶ୍ରୀ ସିନେକ୍ରାଫ୍ଟସ୍‌ ବ୍ୟାନରରେ ସିନେମା ନିର୍ମାଣ ହୋଇଥିବା ବେଳେ ପ୍ରଯୋଜନା କରିଛନ୍ତି ରାଜଶ୍ରୀ ଘୋଷ ଓ ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ । କାହାଣୀ ଅଭିଷିକ୍ତା ମିଶ୍ର, ସଂଳାପ ଓ ଚିତ୍ରନାଟ୍ୟ ଦିଲ୍ଲୀପ ଚୌଧୁରୀ, ଗୀତ ବାପୁ ଗୋସ୍ୱାମୀ ଓ ଡା. ନିର୍ମଳ ନାୟକ, ସଙ୍ଗୀତ ପ୍ରେମ୍ଆ ନନ୍ଦ, ନୃତ୍ୟ ସଂଯୋଜନା ଅମିତ ନାୟକ ଓ ଦିବ୍ୟ ସାମଲ, କ୍ୟାମେରାରେ ଦୀପକ କୁମାର ଥିବା ବେଳେ କାର୍ଯ୍ୟନିର୍ବାହୀ ପ୍ରଯୋଜକ ରହିଛନ୍ତି ସୁକାନ୍ତ କୁମାର ସାହୁ । ବିଭିନ୍ନ ଦୃଷ୍ଟିରୁ ସିନେମାକୁ ବଳିଷ୍ଠ କରିବାର ପ୍ରୟାସ କରାଯାଇଥିବା ବେଳେ ସମସ୍ତେ ଚମତ୍କାର ଅଭିନୟ କରିଛନ୍ତି । ବିଶେଷକରି ଭେଟେରାନ ସିଦ୍ଧାନ୍ତ ମହାପାତ୍ରଙ୍କୁ ଏକ ଭିନ୍ନ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ।

Comments (0)
Add Comment