ପ୍ରେମ, ଅନୁଭବ ଓ ଏକ ସୁନ୍ଦର କାହାଣୀକୁ ନେଇ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’ । ମୁଖ୍ୟ ନାୟକ-ନାୟିକା ଭୂମିକାରେ ଦୀପକ-ଅନୁଭା ଅଭିନୟ କରିଛନ୍ତି। ନୃତ୍ୟ ସଂଯୋଜନା, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ସମ୍ଭାଳିଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ସୁଧାକରବସନ୍ତ। କାହାଣୀ ଲେଖିଛନ୍ତି ରଞ୍ଜନ କୁମାର ଦାସ । ସଙ୍ଗୀତ ଦେଇଛନ୍ତି ସ୍ବର୍ଗତ ଅଭିଜିତ୍ ମଜୁମ୍ଦାର୍ । ଗୀତ ଲେଖିଛନ୍ତି ଡା. ନିର୍ମଳା ନାୟକ ଓ ରଞ୍ଜନ କୁମାର ଦାସ । ଡିଓପିରେ ଅଜିତ୍ ଓ ସମ୍ପାଦନାରେ ରାଜେଶ ଦାଶ ସହଯୋଗ କରିଛନ୍ତି। ପ୍ରଯୋଜନା କରିଛନ୍ତି ଆଲେକଜାଣ୍ଡାର ଦାସ ଓ ସିଦ୍ଧାର୍ଥ ପାତ୍ର । ସ୍କଲ ମିଡିଆ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାଟି ଆସନ୍ତା ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳୁଛି। ତେବେ ବହୁତ ଦିନ ପରେ ଦୀପକ ଓ ଅନୁଭାଙ୍କୁ ବଡ଼ ପରଦା ଦର୍ଶକ ଦେଖିବାକୁ ପାଇବେ । ଚରିତ୍ର
ଅନୁଯାୟୀ ଅଭିନୟରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ଦୀପକ ଓ ଅନୁଭା ସିନେମାକୁ ନେଇ ବହୁତ ଆଶାବାଦୀ ଅଛନ୍ତି।