କରୋନା ହାରିବ, ପୁଣି ଭାରତ ହସିବ : ଦେଖନ୍ତୁ ଭାଇରାଲ ଭିଡିଓ

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’ ନାମର ଏକ ମ୍ୟୁଜିକ ଭିଡିଓ ରିଲିଜ୍ କରିଛନ୍ତି । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପସନ୍ଦ କରିଛନ୍ତି । ପିଏମ ମୋଦି ମଙ୍ଗଳବାର ଏହି ଭିଡିଓକୁ ସେୟାର କରିଛନ୍ତି ।

ସେ ଲେଖିଛନ୍ତି ଫିଲ୍ମ ଜଗତର ଲୋକମାନେ ବହୁତ ଭଲ କାମ କରିଛନ୍ତି । ସୂଚନାଯୋଗ୍ୟ ଯେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ନିର୍ମାତା-ନିର୍ଦ୍ଦେଶକ ଜୈକୀ ଭଗନାନୀ ଏହି ଗୀତକୁ ପ୍ରସ୍ତୁତ କରିଛନ୍ତି । ଦେଶଭକ୍ତିର ଏହି ଗୀତରେ ଅକ୍ଷୟ କୁମାର, କାର୍ତ୍ତିକ ଆର‌୍ୟନ, ଟାଇଗର ଶ୍ରାଫ୍‌, ବିକି କୌଶଲ, ରାଜକୁମାର ରାଓ, ସିଦ୍ଧାର୍ଥ ମାଲହୋତ୍ରା, କ୍ରିତି ସେନନ, ଆୟୁସ୍ମାନ ଖୁରାନା, ଭୂମି ପେଡନେକର, କିଆରା ଆଡଭାନୀ, ଅନନ୍ୟା ପାଣ୍ଡେ, ରକୁଲପ୍ରୀତ, ଶିଖର ଧାୱନ, ତାପସୀ ପନ୍ନୁ, ଆରଜେ ମଲିଷ୍କା ସମେତ ଜୈକୀ ଭଗନାନୀଙ୍କୁ ଦେଖିବାକୁ ମିଲୁଛି ।

Comments (0)
Add Comment