ନକ୍ସଲ ସାଜିବେ ସୂର୍ଯ୍ୟମୟୀ, ନକ୍ସଲଙ୍କ ପ୍ରେମ ଓ ପ୍ରତିଶୋଧ ପ୍ରସଙ୍ଗକୁ ନେଇ ଆସୁଛି ଓଡିଆ ସିନେମା

ଓଡ଼ିଶା ନକ୍ସଲମୁକ୍ତ ବୋଲି ସରକାରୀ ଭାବେ କୁହାଯାଉଛି। ହେଲେ ସିନେମା କାହାଣୀକାର ଓ ନିର୍ଦ୍ଦେଶକମାନଙ୍କ ପାଇଁ ନକ୍ସଲ କାହାଣୀ ପ୍ରସ୍ତୁତ କରୁଛନ୍ତି । ବେଶ୍ କିଛି ଦିନ ଧରି ନିର୍ମାଣ ଚାଲିଛି ‘ଲାଲ୍ ମାଟି’ ଶୀର୍ଷକ ଏକ ଓଡ଼ିଆ ଛବି। ଏହାର କାହାଣୀରେ ରହିଛି ନକ୍ସଲଙ୍କ ପ୍ରେମ ଓ ପ୍ରତିଶୋଧ ପ୍ରସଙ୍ଗ । ସାଧାରଣ ମଣିଷରୁ ନକ୍ସଲ ସାଜିଥିବା ଜଣେ ଯୁବକ ଓ ଯୁବତୀଙ୍କର ପ୍ରେମ କାହାଣୀ ବି ରହିଛି। ଏଥିରେ ଥିବା ପ୍ରେମିକର ନାମ ରଙ୍ଗେ ଓ ପ୍ରେମିକା ହେଲା । ଭବାନୀ। ଦୁହେଁ ଭିନ୍ନ ଭିନ୍ନ ପରିସ୍ଥିତିରେ ନକ୍ସଲ ଶିବିରରେ ଯୋଗ ଦେଇଛନ୍ତି । କିନ୍ତୁ କେତେକ ଘଟଣା ଉଭୟଙ୍କୁ ନିକଟତର କରିଥିଲା। ଆଉ ଦୁହେଁ ପ୍ରେମରେ ପଡ଼ିଥିଲେ। ଉଭୟଙ୍କ କାହାଣୀକୁ ବେଶ୍ ଭଲ ଭାବେ ଉପସ୍ଥାପନ କରିଛନ୍ତି ନିର୍ଦ୍ଦେଶକ ଅମରେଶ ଜେନା। ଏହି ସିନେମାରେ ଏକ ନୂଆ ଯୋଡ଼ିଙ୍କୁ ବି ଦେଖିବାକୁ ପାଇବେ ଦର୍ଶକ। ଏହି ଯୋଡ଼ି ହେଲେ ‘ସନାତନୀ’, ବିନ୍ଦୁସାଗର ଓ ‘ବୋଉ ବୁଟୁ ଭୂତ’ ଭଳି ଛବିରେ ଅଭିନୟ କରି ପ୍ରଶଂସିତ ହୋଇଥିବା ଜଗନ୍ନାଥ ସେଠ ଓ ଓଲିଉଡର ସବୁଠାରୁ ବ୍ୟସ୍ତ ନାୟିକା ସୂର୍ଯ୍ୟମୟୀ । ଏହି ସିନେମାରେ ଜଗନ୍ନାଥ-ସୂର୍ଯ୍ୟମୟୀଙ୍କ ଯୋଡ଼ିକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା। ତେଣେ ସୂର୍ଯ୍ୟମୟୀଙ୍କ ପାଇଁ ଏହା ଏକ ନୂଆ ଅଭିଜ୍ଞତା ବୋଲି କୁହାଯାଉଛି। କାରଣ ଏଥିରେ ସେ ନକ୍ସଲ ଭୂମିକାରେ ଅଛନ୍ତି।

Comments (0)
Add Comment