ଜାଣନ୍ତୁ ପ୍ରିୟଙ୍କା ଚୋପ୍ରାଙ୍କ ଝିଅର ନାମ

ଗତ ଜାନୁଆରୀରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍‌ ପିତାମାତା ହୋଇଥିଲେ । ପ୍ରିୟଙ୍କା ଏପର୍ଯ୍ୟନ୍ତ ତାଙ୍କ ଝିଅର ନାମ ପ୍ରକାଶ କରିନାହାଁନ୍ତି । ଯଦିଓ ରିପୋର୍ଟ ଅନୁଯାୟୀ, ତାଙ୍କ ଝିଅର ନାମ ମାଲତୀ ମାରି ବୋଲି କୁହାଯାଉଛି । ପ୍ରିୟଙ୍କା ସରୋଗେସି ମାଧ୍ୟମରେ ମାଆ ହୋଇଥିଲେ । ଖବର ମୁତାବକ ସମୟ ପୂର୍ବରୁ ତାଙ୍କ ଝିଅ ଜନ୍ମ ହୋଇଥିବାରୁ କିଛି ସମୟ ପାଇଁ ତାଙ୍କୁ ହସ୍ପିଟାଲରେ ରହିବାକୁ ପଡିଥିଲା । ପ୍ରିୟଙ୍କା ଏବଂ ନିକ ଏପର୍ଯ୍ୟନ୍ତ ପ୍ରଶଂସକଙ୍କୁ ତାଙ୍କ ଝିଅର ଲୁକ ଦେଖାଇ ନାହାଁନ୍ତି । ରିପୋର୍ଟ ଅନୁଯାୟୀ ପ୍ରିୟଙ୍କା ଚୋପ୍ରାଙ୍କ ଝିଅର ନାମ ତାଙ୍କ ଜନ୍ମ ପ୍ରମାଣପତ୍ରରୁ ପ୍ରକାଶ ପାଇଛି । ପ୍ରିୟଙ୍କାଙ୍କ ଝିଅ ୧୫ ଜାନୁଆରୀରେ ଜନ୍ମ ହୋଇଥିଲା । ୨୨ ଜାନୁଆରୀରେ ନିକ ଏବଂ ପ୍ରିୟଙ୍କା ସେମାନଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ ।
ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକମାନେ ତାଙ୍କ ଝିଅ ଲୁକ ଦେଖିବାକୁ ଚାହି ରହିଛନ୍ତି । ଏହି ସମୟରେ ସେ ତାଙ୍କ ଝିଅର ନାମ ମାଲତୀ ମାରି ଚୋପ୍ରାଙ୍କ ରଖିଥିବା ଖବର ରହିଛି । ଟିଏମଜେଡ୍‌ ରିପୋର୍ଟ ଅନୁଯାୟୀ, ମାଲତୀ ମାରି ଜାନୁଆରୀ ୧୫ ରେ ରାତି ୮ ଟାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ପ୍ରମାଣପତ୍ରରୁ ଏହି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ପ୍ରିୟଙ୍କା ଚୋପ୍ରାଙ୍କ ମାତାଙ୍କ ନାମ ମଧୁ ମାଲତୀ ଚୋପ୍ରା । ମାଲତୀର ଅର୍ଥ ହେଉଛି ସୁଗନ୍ଧ କିମ୍ବା ଚନ୍ଦ୍ର ଆଲୋକ ସହିତ ଫୁଲ । ତେବେ ଏହି ବିଷୟରେ ପ୍ରିୟଙ୍କା କିମ୍ବା ନିକ୍‌ କିଛି କହିନାହାନ୍ତି ।

Comments (0)
Add Comment