ଲୋକପ୍ରିୟ ମହିଳା ତାରକା ଆଖ୍ୟା ପାଇଲେ ସାମନ୍ଥା, ପଛରେ ପଡିଲେ ଆଲିଆ-ଦୀପିକା

ଦକ୍ଷିଣ ଭାରତୀୟ ସିନେମା ଜଗତର ଷ୍ଟାର ତଥା ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ମୋଷ୍ଟ ଲୋକପ୍ରିୟ ମହିଳା ତାରକା ଆଖ୍ୟା ଅର୍ଜନ କରିଛନ୍ତି । ବାସ୍ତବରେ, ଅର୍ମାକ୍ସ ଷ୍ଟାର୍ସ ଇଣ୍ଡିଆ ଲଭ୍‌ ଦ୍ୱାରା ମୋଷ୍ଟ ଲୋକପ୍ରିୟ ମହିଳା ତାରକାଙ୍କ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ୧୦ ଜଣ ଅଭିନେତ୍ରୀଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା । ସାମନ୍ଥା ଏହି ତାଲିକାର ଶୀର୍ଷରେ ଅଛନ୍ତି । ଏହା ସହିତ ସେ ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନଙ୍କୁ ଏହି ମାମଲାରେ ପଛରେ ପକାଇବାରେ ସକ୍ଷମ ହୋଇଛନ୍ତି ।
ସୋସିଆଲ ମିଡିଆରେ ପୋଷ୍ଟ କରି ଓରମାକ୍ସ ଷ୍ଟାର୍ସ ଇଣ୍ଡିଆ ଏହି ସୂଚନା ଦେଇଛି । ଏଥିରେ ଦୁଇ ନମ୍ବରରେ ଆଲିଆ ଭଟ୍ଟ, ତୃତୀୟରେ ନୟନନ୍ତରା, ଚତୁର୍ଥରେ କାଜଲ ଅଗ୍ରୱାଲ, ପଞ୍ଚମ ସ୍ଥାନରେ ଦୀପିକା ପାଦୁକୋନ, ଷଷ୍ଠ ସ୍ଥାନରେ ରଶ୍ମିକା ମନ୍ଧନା, ସପ୍ତମ ସ୍ଥାନରେ କ୍ୟାଟ୍ରିନା କୈଫ, ଅଷ୍ଟମରେ ଅନୁଷ୍କା ଶେଟ୍ଟୀ, ନବମ ସ୍ଥାନରେ କ୍ରିତି ସୁରେଶ ଏବଂ ଦଶମୀରେ ତ୍ରିଶା ଅଛନ୍ତି ।


ସୂଚନା ମୁତାବକ ସାମନ୍ଥାଙ୍କ ଅଭିନୀତ ଫିଲ୍ମ ଯଶୋଦାରେ ତାଙ୍କ ଅଭିନୟକଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି । ସେହିପରି ପୁଷ୍ପା ଫିଲ୍ମରେ ଆଇଟମ୍‌ ସଂଗରେ ତାଙ୍କ ଅଭିନୟକୁ ଲୋକେ ମଧ୍ୟ ଖୁବ ପସନ୍ଦ କରିଥିଲେ । ଏହାପରେ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ମୋଷ୍ଟ ଲୋକପ୍ରିୟ ମହିଳା ତାରକା ଆଖ୍ୟା ସାମନ୍ଥାଙ୍କୁ ମିଳିଥିବାରୁ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments (0)
Add Comment