କରୋନା ଭାଇରସ: ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

ଓ୍ବାଶିଂଟନ,୨୯।୩: କରୋନା ଭାଇରସ ସଂକ୍ରମଣରେ ରାଜ ପରିବାରର ପ୍ରଥମ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବୋରବନ-ପରମା ସ୍ପେନର ରାଜକୁମାରୀ ମାରିଆ ଟେରେସାଙ୍କର କରୋନା ଭାଇରସ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୮୬ ବର୍ଷୀୟା ରାଜକୁମାରୀ ମାରିଆ ରାଜା ଫେଲିପ ୪ର୍ଥଙ୍କର ସମ୍ପର୍କୀୟ ଭଉଣୀ ଅଟନ୍ତି। ତେବେ ମାରିଆଙ୍କ ଭାଇ ପ୍ରିନ୍ସ ସିକ୍ସଟୋ ଏନରିକ ଡି ବୋରବନ ଫେସବୁକ ମାଧ୍ୟମରେ ମାରିଆ କୋଭିଡ-୧୯ରେ ପୀଡ଼ିତ ଥାଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ। ପ୍ୟାରିସଠାରେ ରାଜକୁମାରୀ ମାରିଆଙ୍କର ୮୬ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ସେ ପ୍ରକାଶ କରିଛନ୍ତି।

Comments (0)
Add Comment