ପତ୍ନୀଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ତେଜ୍ ପ୍ରତାପ

ପାଟନା: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (ଜେଜେଡି)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଓଟିଟି ରିଆଲିଟି ଶୋ’ ‘ରାଇଜ ଆଣ୍ଡ ଫଲ ସିଜିନ ୨’ ରେ କଥାବାର୍ତ୍ତା ସମୟରେ ତେଜ ପ୍ରତାପ ନିଜ ବିବାହ, ସମ୍ପର୍କରେ ଥିବା ତିକ୍ତତା ଏବଂ ଛାଡ଼ପତ୍ର ପ୍ରକ୍ରିୟା ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଥିଲେ। ସେ ଦାବି କରିଛନ୍ତି ଯେ ବିବାହର ମାତ୍ର ତିନି ମାସ ମଧ୍ୟରେ ହିଁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା।
ତେଜ ପ୍ରତାପ ଅଭିଯୋଗ କରିଛନ୍ତି ଯେ ଥରେ ସେ ଐଶ୍ୱର୍ଯ୍ୟାଙ୍କୁ ଫୋନରେ ଜଣେ ପୂର୍ବତନ ପ୍ରେମିକଙ୍କ ସହ କଥା ହେଉଥିବାର ଦେଖିଥିଲେ। ତାଙ୍କ କହିବା ଅନୁଯାୟୀ, ସେ ସେହି ବ୍ୟକ୍ତିଙ୍କୁ ‘Love you’ (ତୁମକୁ ଭଲପାଏ) ଏବଂ ହାର୍ଟ ଇମୋଜି ଭଳି ବାର୍ତ୍ତା ପଠାଉଥିଲେ। ତେଜ ପ୍ରତାପଙ୍କର ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Comments (0)
Add Comment