କଲମ୍ବୋରେ ଆଜି ପୁଣି ଥରେ ବିସ୍ଫୋରଣ

କଲମ୍ବୋ: ଶ୍ରୀଲଙ୍କା ରଜଧାନୀ କଲମ୍ବୋରେ ସୋମବାର ଆଉ ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ କେହି ମୃତାହତହ ହୋଇନାହାନ୍ତି। ଏହି ବିସ୍ଫୋରଣଟି ଚର୍ଚ ନିକଟରେ ଘଟିଛି। ଚର୍ଚ ନିକଟରେ ଥିବା ଅନ୍ୟ ବୋମାଗୁଡ଼ିକୁ ପୁଲିସ୍‌ ଖୋଜି ନିସ୍କ୍ରିୟ କରିବା କାର୍ଯ୍ୟ ଆରମ୍ଭ କରିଛି। ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥିରିପାଲା ସିସିସେନା ସୋମବାର ମଧ୍ୟ ରାତିଠାରୁ ଜାତୀୟ ସ୍ତରୀୟ ଜରୁରିକାଳୀନ ପରସ୍ଥିତି ଘୋଷଣା କରିବେ ବୋଲି ସୂଚନା ରହିଛି।

ଗତକାଲି ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ଘଟିଥିବା ୮ ସିରିଜ୍‌ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୨୯୦ରେ ପହଞ୍ଚିଥିବା ବେଳେ ୪୫୦ରୁ ଊର୍ଧ୍ୱ ଆହତ ହୋଇଥିବା ସୂଚନା ରହିଛି। ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରାୟଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ଲୋକଙ୍କ ମଧରେ ୩୦ ଜଣ ବିଦେଶୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ହେଉଛନ୍ତି ଭାରତୀୟ ନାଗରିକ। ଭାରତୀୟଙ୍କ ବ୍ୟତୀତ ଏଥିରେ ପର୍ତ୍ତୁଗାର୍ଲ, ତୁର୍କୀ, ଇଂଲଣ୍ଡ, ଆମେରିକାର ନାଗରିକ ବି ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି। ଆହତଙ୍କ ମଧ୍ୟରେ ମଧ୍ୟ ୧୯ ଜଣ ବିଦେଶୀ ଅଛନ୍ତି ବୋଲି ସୂଚନା ରହିଛି। ଏପର୍ଯ୍ୟନ୍ତ ଆହୁରି ୯ ଜଣ ନିଖୋଜ ଅଛନ୍ତି। ବିସ୍ଫୋରଣ ଘଟାଇଥିବା ସନ୍ଦେହରେ ଏବେ ସୁଦ୍ଧା ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି।

ଗତକାଲି କଲମ୍ବୋରେ ହୋଇଥିବା ସିରିଜ୍‌ ବିସ୍ଫୋରଣରେ ଶ୍ରୀଲଙ୍କା ପୁଲିସ୍‌ ଏବେ ସୁଦ୍ଧା ରାଜଧାନୀର ମୁଖ୍ୟ ବସ୍‌ ଷ୍ଟାଣ୍ଡ୍‌ ନିକଟରୁ ୯୭ ଜଣ ବମ୍‌ ଡିଟେନେଟର୍‌ଙ୍କୁ ଧରିବାରେ ସମର୍ଥ ହୋଇଛି। ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି ଥିବା ସତ୍ୱେ ବି ପୁଣି ଏକ ବିସ୍ଫୋରଣ ସଭିଙ୍କୁ ଚକିତ କରିଛି।

ଗତକାଲି ବିସ୍ଫୋରଣ ଘଟିବା ପରେ ଶ୍ରୀଲଙ୍କା ସରକାର ସଂପୃକ୍ତ ଅଞ୍ଚଳରେ ମୋବାଇଲ୍‌ ଓ ମେସଜିଂ ସେଦବାକୁ ବନ୍ଦ କରି ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ମଧ୍ୟ ଜାରି ହୋଇଥିଲା। ଆଜି ସକାଳ ୬ଟା ଶ୍ରୀଲଙ୍କା ସରକାର କର୍ଫ୍ୟୁ ଉଠାଇ ଦେଇଥିବା ସୂଚନା ରହିଛି।

Comments (0)
Add Comment