କାଠମାଣ୍ଡୁ: ନେପାଳରେ ଗତ ୨ ତାରିଖ ସକାଳେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୯୫୫କୁ ବୃଦ୍ଧି ପାଇଛି। ଏବେ ବି ୪,୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଯେଉଁଠାରୁ ଖୋଜିଲେ ସେଠାରୁ ମୃତଦେହ ମିଳୁଛି।
ନେପାଳରେ ନିଖୋଜଙ୍କ ପରିଚୟ ଚିହ୍ନଟ ନିମନ୍ତେ ସେମାନଙ୍କ ପରିବାର ଲୋକଙ୍କଠାରୁ ଡିଏନ୍ଏ ନମୁନା ମଗାଯାଇଛି। ପୁଲିସ ପିତାମାତା ଏବଂ ସନ୍ତାନମାନଙ୍କ ଡିଏନ୍ଏ ସହିତ ନିଖୋଜ ପରିଜନଙ୍କୁ ଶେଷଥର ପାଇଁ କେଉଁଠାରେ ଓ କେତେବେଳେ ଦେଖିଥିଲେ, ତାହା ବାବଦରେ ସବିଶେଷ ସୂଚନା ଦେବାକୁ କହିଛି। ନେପାଳ ବାହାରେ ରହୁଥିବା ଲୋକଙ୍କୁ ନିଜ ଦେଶରେ ଡିଏନ୍ଏ ପ୍ରୋଫାଇଲିଂ କରାଇ ରିପୋର୍ଟକୁ ଇମେଲ୍ ଦ୍ବାରା ପଠାଇବାକୁ କୁହାଯାଇଛି। ଫଳରେ ବନ୍ୟାରେ ନିଖୋଜ ଥିବା ସେମାନଙ୍କ ସମ୍ପର୍କୀୟଙ୍କୁ ଚିହ୍ନଟ କରାଯାଇ ପାରିବ।