କୋଲକାତା,୧୮/୦୯: ପଶ୍ଚିମବଙ୍ଗ ପୁଲିସକୁ ଗୁରୁବାର ବଡ଼ ସଫଳତା ମିଳିଛି । କୋଲକାତା ପୁଲିସ ଏସ୍ଟିଏଫ୍ ସିପିଆଇ ମାଓବାଦୀର ଜଣେ ବଡ଼ ନେତାଙ୍କୁ ଗିରଫ କରିଛି । ସେ ହେଉଛନ୍ତି ଅସୀମ ମଣ୍ଡଳ ଓରଫ ଆକାଶ । ସେ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ । ପଶ୍ଚିମବଙ୍ଗ ରାଜ୍ୟ କମିଟି-୧ର ବି ସମ୍ପାଦକ । ଅସୀମ ମଣ୍ଡଳଙ୍କ ମୁଣ୍ଡରେ ମୋଟ ୨.୨୦ କୋଟି ଟଙ୍କାର ପୁରସ୍କାର ରହିଥିଲା ।
ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଅନ୍ତର୍ଗତ ପଟାଶପୁର ଅଞ୍ଚଳରୁ ଅସୀମଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପୁଲିସକୁ ପ୍ରଶଂସା କରିଛନ୍ତି । ପୁଲିସ ମୁତାବକ, ଅସୀମ ଦୀର୍ଘବର୍ଷ ହେଲା ଫେରାର ଥିଲେ । ପ୍ରାୟ ୧୫ ବର୍ଷ ହେଲା ବିଭିନ୍ନ ରାଜ୍ୟର ଜଙ୍ଗଲରେ ଆତ୍ମଗୋପନ କରିଥିଲେ । ପୁଲିସ ଏବେ ତାଙ୍କୁ ପଚରାଉଚରା କରୁଛି । ତାଙ୍କ ସହ ଯୋଗାଯୋଗରେ ଥିବା ଅନ୍ୟ ମାଓନେତା ଏବଂ ନେଟୱର୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଉଛି ।