ମାନବୀୟ ଭାବନା ପାଇଁ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଛି ନୌସେନା : ମୋଦୀ

ନୂଆଦିଲ୍ଲୀ,୪/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୌସେନା ଦିବସ ଅବସରରେ ନୌସେନାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହା ଦେଶକୁ ନିରନ୍ତର ରକ୍ଷା କରିଆସୁଛି । ସଙ୍କଟ ସମୟରେ ଦେଶର ସୁରକ୍ଷା କରୁଛି । ନୌସେନା କଠିନ ସ୍ଥିତିରେ ମଧ୍ୟ ନିଜର ମାନବୀୟ ଭାବନା ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିପାରିଛି । ୧୯୭୧ ମସିହାରେ ଭାରତ-ପାକ ଯୁଦ୍ଧ ସମୟରେ ଅପରେଶନ ଟ୍ରାଇଡେଣ୍ଟରେ ନୌସେନାର ସଫଳତା ନେଇ ପ୍ରତିବର୍ଷ ଡିସେମ୍ବର ୪ରେ ନୌସେନା ଦିବସ ପାଳନ କରାଯାଉଛି । ନୌସେନା ଦିବସରେ ସମସ୍ତ ନୌସୈନିକ ତଥା ସେମାନଙ୍କ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଛା ଜଣାଇଛନ୍ତି । ଆମେ ଭାରତରେ ତୁମର ସମୃଦ୍ଧ ସାମୁଦ୍ରିକ ଇତିହାସ ପାଇଁ ଗର୍ବିତ । ସେ ଟୁଇଟ କରି ଲେଖିଛନ୍ତି ଯେ ଭାରତୀୟ ନୌସେନା ଆମ ଦେଶକୁ ସୁରକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର, ସିଡିଏସ ଜେନେରାଲ ଅନିଲ ଚୌହାନ, ଆଇଏଏଫ ମୁଖ୍ୟ ବାୟୁସେନା ମାର୍ଶଲ ଭି.ଆର ଚୌଧୁରୀ ଏବଂ ଉପ ସେନା ମୁଖ୍ୟ ଲ୍ୟୁଟନାଟ ଜେନେରାଲ ବିଏସ ରାଜୁ ନୌସେନା ଦିବସ ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ନୌବାହିନୀର ପରାକ୍ରମକୁ ମନେପକାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଡିସେମ୍ବର ୪ ତାରିଖରେ ଭାରତୀୟ ନୌସେନା ଦିବସ ପାଳନ ହେଉଛି । ଭାରତୀୟ ସଶସ୍ତ୍ର ବଳରେ ନୌସେନାର ଭୂମିକା ଅନ୍ୟତମ । ଜଳ ସୀମାରେ ଦେଶ ସୁରକ୍ଷା ପାଇଁ ଭାରତୀୟ ନୌସେନା ବଦ୍ଧପରିକର । ମରାଠା ସମ୍ରାଟ ଛତ୍ରପତି ଶିବାଜୀ ଭୋସ୍‌ଲେଙ୍କୁ ଭାରତୀୟ ନୌସେନାର ଜନକ କୁହାଯାଏ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନା ଅନ୍ୟତମ ଭୂମିକା ଗ୍ରହଣ କରିଥିଲା । ଭାରତୀୟ ଯୋଦ୍ଧାଙ୍କ ରଣନୀତିର ମାତ୍‌ ଖାଇଥିଲା ପାକିସ୍ତାନ । ଅପରେସନ ଟ୍ରାଇଡେଣ୍ଟରେ ଥରହର ହୋଇଥିଲା ଶତ୍ରୁ ପକ୍ଷ । କରାଚି ଏୟାର ଷ୍ଟେସନରେ ହମଲା କରିଥିଲା ଭାରତୀୟ ନୌସେନା । ଏଥିରେ ପାକିସ୍ତାନର ବହୁ ଯୁଦ୍ଧାସ୍ତ୍ର ଜାହାଜ ସହିତ ଅଏଲ୍‌ ଟାଙ୍କର ନଷ୍ଟ ହୋଇଥିଲା । ତେବେ ନୌସେନାର ଏହା ପରାକ୍ରମକୁ ମନେପକାଇବାକୁ ପ୍ରତି ବର୍ଷ ଡିସେମ୍ବର ୪ତାରିଖରେ ନୌସେନା ଦିବସ ପ୍ରସ୍ତୁତି ହେଉଛି । ନୌସେନା ଦିବସରେ ନୌବାହିନୀର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଡମିରାଲ ଆର୍‌ ହରି କୁମାରଙ୍କ ସହିତ ସିଡିଏସ୍‌ ଜେନେରାଲ ଅନିଲ ଚୌହାନ, ଆଇଏଏଫ୍‌ ପ୍ରମୁଖ ଏୟାର ଚିଫ୍‌ ମାର୍ଶଲ ବି.ଆର୍‌ ଚୌଧୁରୀ ଏବଂ ଭାଇସ୍‌ ଆର୍ମି ଚିଫ୍‌ ଲେଫ୍ଟନାଣ୍ଟ ଜେନେରାଲ ବି.ଏସ ରାଜୁ ଉପସ୍ଥିତ ରହି ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Comments (0)
Add Comment