ନୂଆଦିଲ୍ଲୀ; ୩ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନତା ପାର୍ଟି । ନୂଆ ନିଯୁକ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ଉତ୍ତରପ୍ରଦେଶ, ପଞ୍ଜାବ ଓ ଗୁଜରାଟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି ହୋଇଛି । ବିନୋଦ ତାୱଡ଼େ ଉତ୍ତରପ୍ରଦେଶରେ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ୟୁପି ସହପ୍ରଭାରୀ ଭାବେ ଜଗଦୀଶ ଇଶ୍ୱରଭାଇ ପଟେଲଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ପଞ୍ଜାବରେ ପ୍ରଭାରୀ ଭାବେ ସତୀଶ ପୁନିଆଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଗୁଜରାଟରେ ପ୍ରଭାରୀ ଭାବେ ତରୁଣ ଚୁଗଙ୍କୁ ଦାୟିତ୍ୱ ମିଳିଛି ।