ଆମେରିକା ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିବା ପୂର୍ବରୁ କହିଲେ ଏମିତି କଥା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ ଏବଂ ଐତିହାସିକ କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିଛନ୍ତି । ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ଆଜିଠାରୁ ଆମେରିକା ଗସ୍ତ କରିବି । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଏହି ଗସ୍ତ ସମୟରେ ମୁଁ ରାଷ୍ଟ୍ରପତି ବାଇଡେନଙ୍କ ସହ ଭାରତ-ଆମେରିକାର ବିଶ୍ୱ ଭାଗିଦାରୀ ତଥା ପାରସ୍ପରିକ ସ୍ୱାର୍ଥ ସଂପର୍କରେ ଆଲୋଚନା କରିବି । ସେହିପରି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗର ସୁଯୋଗ ଖୋଜିବା ପାଇଁ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଭେଟିବି । ସେହିପରି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Comments (0)
Add Comment