ପଗଡି ବଞ୍ଚାଇ ଦେଲା ଜୀବନ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ଶିଖ ସମ୍ପ୍ରଦାୟର କିଛି ଯୁବକଙ୍କ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଛି । ଯେତେବେଳେ ଜଣେ ଯୁବକ ପ୍ରବଳ ପାଣିରେ ବୁଡ଼ି ଯାଉଥିଲା ସେତେବେଳେ ଏହି ସବୁ ଘଟିଥିଲା । ବ୍ୟକ୍ତି ଜଣଙ୍କୁ ବଞ୍ଚାଇବା ପାଇଁ ଶିଖ୍‌ ଯୁବକମାନେ ସେମାନଙ୍କ ପଗଡି ବ୍ୟବହାର କରି ନିଜ ଜୀବନକୁ ବିପଦରେ ପକାଇ ବ୍ୟକ୍ତି ଜଣଙ୍କୁ ରକ୍ଷା କରିଥିଲେ । ଏହି ସୂଚନା କାନାଡାର ଶିଖ୍‌ ସମ୍ପ୍ରଦାୟର ଏକ ଫେସବୁକ୍‌ ପୃଷ୍ଠାରେ ସେୟାର କରାଯାଇଛି ।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ କାନଡାର ଗୋଲଡେନ୍‌ ଇୟର୍ସ ନାମକ ୱାଟରଫଲ୍‌ ବୁଲି ଆସିଥିବା ବେଳେ ୨ ଯୁବକ ଖସି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଭିତରକୁ ଖସି ଯାଉଥିବା ବେଳେ ତାଙ୍କୁ ବଞ୍ଚାଇବା ଏକ ପ୍ରକାର ଅସମ୍ଭବ ଲାଗୁଥିଲା। ଏ ସମ୍ପର୍କରେ ରେସକ୍ୟୁ ଟିମ୍‌କୁ ସୂଚନା ଦିଆଯାଇଥିଲା। ହେଲେ ଅପେକ୍ଷା କଲେ କିଛି ବି ଅଘଟଣ ଘଟିବାର ଆଶଙ୍କା ଥିଲା।
ଆଖି ଆଗରେ ଜଣେ ଯୁବକ ମୃତ୍ୟୁ ମୁହଁକୁ ଠେଲି ହୋଇ ଯାଉଥିବା ଦେଖି ସେଠାରେ ଉପସ୍ଥିତ ଥିବା ୫ ଶିଖ୍‌ ଯୁବକ ଆକ୍ସନ୍‌ ମୁଡକୁ ଚାଲି ଆସିଲେ। ଏହି ୫ ଯୁବକ ନିଜ ନିଜ ମୁଣ୍ଡରୁ ପଗଡ଼ି ବାହାର କରି ତାହାର ଏକ ରଶି ତିଆରି କଲେ। ଏହାପରେ ଉକ୍ତ ରଶି ସାହାଯ୍ୟରେ ଫସିରହିଥିବା ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କଲେ। ଯୁବକଜଣକ ଉକ୍ତ ରଶିକୁ ଧରିବା ପରେ ସେମାନେ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଲେ।
ରେସକ୍ୟୁ ଟିମ୍‌ ସଦସ୍ୟ ପହଞ୍ଚିବା ବେଳକୁ ଶିଖ୍‌ ଯୁବକମାନେ ସମ୍ପୃକ୍ତ ଯୁବକଙ୍କୁ ନୂଆ ଜୀବନ ଦେଇ ସାରିଥିଲେ। ସୋଶାଲ ମିଡିଆରେ ଏହି ଭିଡିଓ ଦେଖି ୟୁଜର୍ସମାନେ ଶିଖ୍‌ ଯୁବକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

Comments (0)
Add Comment