କିପର ନବରାତ୍ରି ବ୍ରତ ପାଳନ କରୁଛନ୍ତି ପ୍ରିୟଙ୍କା; ଦେଖନ୍ତୁ

ନୂଆଦିଲ୍ଲୀ : କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଏକ ଖବର ଆସିଛି ସାମ୍ନାକୁ । ଦଳ ତରଫରୁ ସୂଚନା ଦିଆଯାଇଛି ଯେ ପ୍ରିୟଙ୍କା ଗାନ୍ଧୀ ଏଥର ନବରାତ୍ରି ବ୍ରତ କରୁଛନ୍ତି ପାଳନ । ତେବେ ଏ ସମ୍ବନ୍ଧରେ ପ୍ରିୟଙ୍କାଙ୍କ ତରଫରୁ କିଛି ସୂଚନା ଦିଆଯାଇ ନାହିଁ। ତେବେ ପ୍ରାପ୍ତ ସୂଚନାରୁ ଜଣାପଡିନାହିଁ ଯେ ପ୍ରିୟଙ୍କା ଉପବାସ କରିବେ ନା ଫଳ ଆହାର କରିବେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ କରି ଦେଶବାସୀଙ୍କୁ ନବରାତ୍ରିର ଶୁଭକାମନା ଜଣାଇଛନ୍ତି। ଟ୍ୱିଟ କରି ସେ ଲେଖିଛନ୍ତି, ଆପଣ ସମସ୍ତଙ୍କୁ ନବରାତ୍ରିର ଶୁଭକାମନା। ରାହୁଲଙ୍କ ଛଡା ଆହୁରି ଅନେକ ନେତା-ମନ୍ତ୍ରୀ ଦେଶବାସୀଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି। ଗୁରୁବାର ଠାରୁ ଶାରଦୀୟ ନବରାତ୍ରି ବ୍ରତ ଆରମ୍ଭ ହୋଇଛି। ଆଜି ନବରାତ୍ରିର ପ୍ରଥମ ଦିନ। ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ଆରାଧନା କରାଯାଏ। ନବରାତ୍ରିରେ ୯ ଦିନ ବ୍ରତ ବହୁତ ଧୂମଧାମରେ ପାଳନ କରାଯାଏ।

Comments (0)
Add Comment