ବୁଲା କୁକୁର ସମସ୍ୟାକୁ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଲା କୁକୁର ସମସ୍ୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । ସାର୍ବଜନିନ ସ୍ଥାନରୁ ହଟିବେ ବୁଲା କୁକୁର । ସୁପ୍ରିମକୋର୍ଟ କୁକୁର ପ୍ରେମୀଙ୍କ ଆବେଦନକୁ ଖାରଜ କରି ହସ୍ପିଟାଲ, ସ୍କୁଲ ଏବଂ ବସ୍ ଷ୍ଟେସନ ଭଳି ସାର୍ବଜନୀନ ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ନଭେମ୍ବର ୨୦୨୫ରେ ଦେଇଥିବା ନିର୍ଦ୍ଦେଶକୁ ବଜାୟ ରଖିଛନ୍ତି। ବୁଲା କୁକୁର ଆକ୍ରମଣ ପିଲା, ବୃଦ୍ଧ ଏବଂ ପର୍ଯ୍ୟଟକଙ୍କ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରେ ବୋଲି କହିଛନ୍ତି । ଜଷ୍ଟିସ୍ ବିକ୍ରମ ନାଥ, ସନ୍ଦିପ ମେହେଟ୍ଟା, ଏନ୍ ବି ଅଞ୍ଜାରିଆଙ୍କ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଦେଇଛନ୍ତି । ଏନ୍ଏଚ୍ ଓ ଏକ୍ସପ୍ରେସ୍ ୱେରୁ ବୁଲା କୁକୁର, ଗାଈଙ୍କୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।

breaking newsdogpublic-placessupreme courttop news today
Comments (0)
Add Comment