କାଦପଡା ରାମଲୀଳା ଯାତ୍ରା ଉଦଯାପିତ :ରାବଣ ବଧ ଓ ଶ୍ରୀରାମଙ୍କ ରାଜ୍ୟାଭିଷେକ ମଞ୍ଚସ୍ଥ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡାର ମାରୁତି ମଣ୍ଡପରେ ଚାଲିଥିବା ରାମଲୀଳା ଯାତ୍ରା ଉଦଯାପିତ ହୋଇଯାଇଛି । ଶନିବାର ସଂଧ୍ୟାରେ ରାମ-ରାବଣ ସମର ଶୋଭାଯାତ୍ରା ସହ ମହିରାବଣ ବଧ, ରାବଣ ବଧ ଓ ଶ୍ରୀରାମ ରାଜ୍ୟାଭିଷେକ ନାଟକ ମଞ୍ଚସ୍ଥ ହୋଇଯାଇଛି । ସଂଧ୍ୟା ୯ ଘଣ୍ଟିକାରେ ରାବଣ ରଥ କିଆକଟା ଗ୍ରାମରୁ ବାହାରିଥିବା ବେଳେ ଶ୍ରୀରାମଙ୍କ ରଥ ମୁଣ୍ଡାପଡା ଗ୍ରାମରୁ ବାହାରିଥିଲା । ମାରୁତି ମଣ୍ଡପ ପରିସରରେ ଦୁଇରଥ ମୁହାଁମୁହିଁ ହୋଇଥିଲା । ଏହି ସମୟରେ ରାମ-ରାବଣ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା । ପରେ ନାଟକ ଆରମ୍ଭ ହୋଇ ମହି ରାବଣ ବଧ, ରାବଣ ବଧ ଓ ଶ୍ରୀରାମ ରାଜ୍ୟାଭିଷେକ ଆଦି ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇଥିଲା । ରାବଣ ଭୂମିକାରେ କନିଷ୍ଠ ଦେହୁରୀ ଅଭିନୟ କରିଥିବା ବେଳେ ରାମ-ସତ୍ୟବାନ ସେଠୀ, ଲକ୍ଷ୍ମଣ-ପ୍ରଭାତ ଘିବେଲା, ସୀତା-ସ୍ୱଦେଶ ପ୍ରଧାନ, ମହିରାବଣ-ତପନ ଦେହୁରୀ ପ୍ରମୁଖ ଅଭିନୟ କରିଥିଲେ । ଏହି ଯାତ୍ରା ପ୍ରାୟ ୮ ଦିନ ଧରି ଚାଲିଥିଲା । ଏହାକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବା ପାଇଁ ଯାତ୍ରା କମିଟିର ସଭାପତି ବଶିଷ୍ଠ ଦେହୁରୀ, ସଂପାଦକ ଗଣେଶ୍ୱର ବେହେରା, କୋଷାଧ୍ୟକ୍ଷ ମନୀଷ ମହାନ୍ତି ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ । ଯାତ୍ରା ଦେଖିବାକୁ ଗ୍ରାମ ତଥା ଆଖପାଖ ଗ୍ରାମର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା ।

Comments (0)
Add Comment