ପୁରୀ-ମହାପ୍ରଭୁଙ୍କ ଦର୍ଶନ କଲେ ଯୋଗଗୁରୁ ବାବା ରାମଦେବା ପଞ୍ଚୁକ ଅବସରରେ ମହାପ୍ରଭୁଙ୍କ ଦର୍ଶନ କରି ସେ ଭାବ ବିହ୍ବଳ ହୋଇଛନ୍ତି | ଦର୍ଶନ ପରେ ଯୋଗଗୁରୁ ବାବା ରାମଦେବ ସନାତନ ଧର୍ମକୁ ନେଇ ବଡ଼ ବୟାନ ରଖିଛନ୍ତି |
ସନାତନ ଧର୍ମର ଗୌରବକାଳ, ପୁରଷାର୍ଥ ଓ ବୈଜ୍ଞାନିକ ଦୃଷ୍ଟିକୋଣରେ ଆଗେଇବାକୁ ଆହ୍ୱାନ ଦେଇଛନ୍ତି | ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀରାମ, ଶ୍ରୀକୃଷ୍ଣ ଓ ଭଗବାନ ଶିବଙ୍କ ଆଶୀର୍ବାଦ କାମନା କରି ବାବା ରାମଦେବ କହିଛନ୍ତି ଯେ ସମସ୍ତ ଜୀବଙ୍କର ଆତ୍ମ ମଙ୍ଗଳ, ଲୋକ ମଙ୍ଗଳ ଓ ବିଶ୍ଵ ମଙ୍ଗଳ ହେଉ ଏହା ସହିତ ଅମଙ୍ଗଳକାରୀ ଓ ଅସୁରୀ ଶକ୍ତିଗୁଡ଼ିକର ବିନାଶ ପାଇଁ ସେ ପ୍ରାର୍ଥନା କରିଛନ୍ତି | ବର୍ତ୍ତମାନ ସମୟକୁ ‘ସନାତନର ଗୌରବ କାଳ’ ବୋଲି ଅଭିହିତ କରି ସେ କହିଛନ୍ତି ଯେ ଲକ୍ଷ ଲକ୍ଷ ଆହ୍ବାନ ସତ୍ତ୍ବେ ଭାରତର ନାଗରିକ ବିଶ୍ଵର ପ୍ରଥମ ଶ୍ରେଣୀର ନାଗରିକ ହେବେ ଭାରତର ମୁଦ୍ରା, ଜିଡିପି, ଅର୍ଥନୀତି ଓ ଅଭିବୃଦ୍ଧି ହାର ବିଶ୍ଵରେ ଶ୍ରେଷ୍ଠ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି | କେବଳ ଭାଗ୍ୟବାଦୀ ନ ହୋଇ ବ୍ୟକ୍ତିଗତ, ସାର୍ବଜନୀନ ଓ ସରକାରୀ ସ୍ତରରେ ସମସ୍ତଙ୍କୁ ପୁରୁଷାର୍ଥ କରିବାକୁ ପଡ଼ିବା ଶିକ୍ଷା, ଚିକିତ୍ସା, ଶାସନ, ଅର୍ଥ ଓ କୃଷି କ୍ଷେତ୍ରରେ ସନାତନ ଓ ବେଦ ତତ୍ତ୍ୱରପ୍ରତିଷ୍ଠା ସହ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଏହି ପୁରୁଷାର୍ଥ ଚତୁଷ୍ଟୟର ସିଦ୍ଧି ପାଇଁ ସେ ଆହ୍ବାନ ଦେଇଛନ୍ତି | ଢୋଙ୍ଗ, ଆଡ଼ମ୍ବର, ପାଖଣ୍ଡ, ଅନ୍ଧବିଶ୍ଵାସ, ଭୂତ-ପ୍ରେତ ଭଳି ଅବୈଜ୍ଞାନିକ ଓ ଅତାର୍କିକ କଥାଠାରୁ ଦୂରେଇ ରହି ତର୍କ,
ତଥ୍ୟ, ପ୍ରମାଣ ଏବଂ ସମ୍ବିଧାନର ଭାଷା ସହ ବୈଜ୍ଞାନିକ ମନୋଭାବ ନେଇ ଜୀବନରେ ଆଗେଇ ଚାଲିବାକୁ ରାମଦେବ ପରାମର୍ଶ ଦେଇଛନ୍ତି I ସନାତନ ଧର୍ମର କୌଣସି ତୀର୍ଥ, ଦେବୀ-ଦେବତା, ଗୁରୁ କିମ୍ବା ପ୍ରାମାଣିକ ସାଧୁସନ୍ଥ-ମହାତ୍ମାଙ୍କ ଉପରେ କୌଣସି ପ୍ରକାର ପ୍ରହାର ବରଦାସ୍ତ କରାଯିବ ନାହିଁ ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି ।